
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିରେ ପ୍ରଧାନ ଶିକ୍ଷକ ସୁନିଲ କୁମାର ଯୋଷୀଙ୍କ ସଭାପତିତ୍ୱରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବଲାଙ୍ଗିର ସହରର ବିଶିଷ୍ଟ ସମାଜସେବୀ ବିକ୍ରମାନନ୍ଦ ବହିଦାର, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ସଂଗ୍ରାମ କେଶରୀ ବହିଦାର, ସମିତି ସଭ୍ୟା ସୂର୍ଯ୍ୟକାନ୍ତି ସାହୁ, ଭୁପିନ୍ଦ୍ର ପ୍ରସାଦ ସିଂହ ଓ ରମେଶ ଚନ୍ଦ୍ର ମଲ୍ଲିକ । ଏହି ଉତ୍ସବରେ ମୁଖ୍ୟ ଅତିଥି କ୍ଲବ ଗୁଡିକର କର୍ମଶାଳା ଓ ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଉତ୍ସବକୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପିଲାମାନେ ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତିରେ ପରିଣତ ହେବାକୁ ପ୍ରେରଣା ଦେଇଥିଲେ । ଉତ୍ସବର ଦ୍ୱିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରି ଉଚ୍ଛ୍ୱସିତ ପ୍ରଶଂସା କରିବା ସହିତ ସମସ୍ତ କ୍ଲବ ଓ ହାଉସ ଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ନାଥ । ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।