oom

ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ଶୁକ୍ରବାର ଦିନ ସ୍ୱାଧାନୀତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୮ତମ ଜନ୍ମ ଜୟନ୍ତୀ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ସକାଳ ୫ଟାରେ ମାତୃନିକେତନର ଅନ୍ତେବାସୀମାନେ ଜଜଗଡ ଗ୍ରାମ ପର୍ଯ୍ୟନ୍ତ ଯାଇ ରାମଧୂନ ଗାନ କରିଥିଲେ । ସକାଳେ ସମସ୍ତେ ଏକ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସକାଳ ୮ଟାରେ ନୃସିଂହନାଥ ଯାଇ ସେଠାରେ ତିଳ ତର୍ପଣ କରାଯାଇଥିଲା । ସ୍ମୃତି ପୀଠ ପରିସରରେ ସର୍ବଧର୍ମ ପ୍ରାର୍ଥନା ସହ ଦୀପ ଦାନ କରିଥିଲେ । ସମସ୍ତ ଅନ୍ତେବାସୀମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧୂପ, ଦୀପ, ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ । ଅପରାହ୍ନ ୪ଟାରେ ଜନ୍ମ ଜୟନ୍ତୀ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅତିଥିମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭାରେ ସମାଜସେବୀ ରଜନୀକାନ୍ତ ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଅଇଣ୍ଠୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଧା ଅଗ୍ରୱାଲ, ମମିତା ମେହେର, ଡିସିପିଓ ମଞ୍ଜୁଲତା ଏକ୍କା, ଭାରତୀ ଶତପଥୀ, ହୃଦାନନ୍ଦ ବାରିକ ଯୋଗଦେଇ ପାର୍ବତୀ ଗିରିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ ଓ ତାଙ୍କର ଜୀବନୀ ବିଷୟରେ ସମାଜସେବା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର କରିଥିଲେ । ଏନେଇ ଦ୍ୱିତୀୟ ପର୍ଯ୍ୟାୟ ଜୟନ୍ତୀ ସଭାରେ ହରିବଂଧୁ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଉପେନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଡାଇରେକ୍ଟର ବିକାଶ କଲେଜ ଡି. ମୁରଲୀ କ୍ରିଷ୍ଣା, ପାଇକମାଲ ସିଡିପିଓ ଅନିତା ପାଣିଗ୍ରାହୀ, ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡର ନନ୍ଦଲାଲ ମିନା, ବଲାଙ୍ଗିର ସିଆର୍‌ପିଏଫ୍‌ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ପିତବାସ ପଣ୍ତା ଓ ଅନୁଷ୍ଠାନର ସଭାନେତ୍ର ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ଯୋଗଦେଇ ପାର୍ବତୀ ଗିରିଙ୍କ ବିଷୟରେ ମତମତା ରଖିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ପାର୍ବତୀ ଗିରି ସେବା ସମ୍ମାନ ଡା. କୁଲାଙ୍ଗାର ପଣ୍ତା ଓ ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କୁ ମରଣୋତ୍ତର ସେବା ସମ୍ମାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଉଉଣୀ ଏହି ପାର୍ବତୀ ଗିରି ସେବା ସମ୍ମାନ ଗ୍ରହଣ କରିଥିଲେ । ନିର୍ମଳ ଗିରି ଧନ୍ୟବାଦ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.