oom

ବଲାଙ୍ଗିରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଖଣ୍ଡୀୟ ବନ ଅଧିକାରୀ ବଲାଙ୍ଗିରଙ୍କ କାର୍ୟ୍ୟ।ଳୟ ସଭାଗୃହଠାରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇ ବିପର୍ୟ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇବା ମାତ୍ରେ ସତର୍କତା ଅବଲମ୍ବନ କଲେ ଅନେକାଂଶରେ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ସମ୍ମାନିତ ଅତିଥି ଭ।ବରେ ଯୋଗ ଦେଇ ବିପର୍ୟ୍ୟୟର ମୁକାବିଲା କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଓ ଜନ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ଵାରୋପ କରିବାକୁ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ନିତୀଶ କୁମାର ଯୋଗ ଦେଇ ବିପର୍ୟ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ଓ ଯୁବ ସମାଜ କିଭଳି ଭାବରେ ବିପର୍ୟ୍ୟୟକୁ ହ୍ରାସ କରିପାରିବେ ସେହି ଉପରେ ଆଲୋକପାତ କରିଥିଲେ । ସହକାରୀ ଅଗ୍ନିଶମ ଅଧିକାରୀ ରବୀନ୍ଦ୍ର କୁମାର ପରିଡା, ଅଗ୍ନି ନିରାପତ୍ତା ଓ ବିଭିନ୍ନ ପ୍ରକାରର ପ୍ର।କୃତିକ ବିପର୍ୟୟ ସମୟରେ ଅଗ୍ନିଶମ ବିଭାଗର ଭୂମିକା ଉପରେ ଉପରେ ବୁଝାଇଥିଲେ । ଓଡ୍ରାଫ ୟୁନିଟ, ବଲାଙ୍ଗିରର ପ୍ରଶିକ୍ଷକ ଏବଂ ବଲାଙ୍ଗିର ବିପର୍ୟୟ ପରିଚାଳନା ୟୁନିଟର ପରାମର୍ଶଦାତା ବିକାଶ ରଞ୍ଜନ କର ବିପର୍ୟୟ ପରିଚାଳନା ତଥା ବିଭିନ୍ନ ପ୍ରତୀକାରାତ୍ମକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଆପଦାମିତ୍ର ସ୍ଵେଚ୍ଛାସେବୀଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସଭା ପରେ ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବିଭାଗ ବଲାଙ୍ଗିରର କର୍ମଚାରୀ ମାନେ ବିପର୍ୟୟର ମୁକାବିଲା, ଉଦ୍ଧାର ଓ ଥଇଥାନ ସମ୍ପର୍କରେ ବିଭିନ୍ନ ପ୍ରକାର କୌଶଳ ଓ ମକ୍‌ଡ୍ରିଲ ପ୍ରଦର୍ଶନ କରିଥିଲେ । ଶେଷରେ ବିପର୍ୟୟ ପରିଚାଳନା ୟୁନିଟର ପରାମର୍ଶଦାତା ଶ୍ରୀ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଆପଦାମିତ୍ର ସ୍ଵେଚ୍ଛାସେବୀ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ୟୁନିଟ ବଲାଙ୍ଗିରର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀ ଶାଖାର ବରିଷ୍ଠ ରାଜସ୍ୱ ସହାୟକ ଜୟନ୍ତ ବେହେରା ଏବଂ ବୈଷୟିକ ସହାୟକ ଶ୍ରୀ ଇଶାନେଶ୍ୱର ମିଶ୍ର ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.