ଶାନ୍ତିପଡାରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ସମ୍ମୁଖରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ସଧବା ନାରୀମାନେ ବଡି ଭୋର୍‌ରୁ ଉଠି ପୂଜା ପାଇଁ ପ୍ରସ୍ତୁତ ହୋଇ ପୂଜା ସାମଗ୍ରୀ ଧରି ମଣ୍ଡପରେ ଏକତ୍ରିତ ହୋଇଥିଲେ ଏବଂ ମହାସମାରୋହରେ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ସମସ୍ତ ସଧବା ନାରୀ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପୂର୍ବକ ଅତି ଶ୍ରଦ୍ଧାର ସହ ବିଧିବଦ୍ଧ ଭାବେ ପୂଜା କାର୍ଯ୍ୟ ସମାପନ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.