ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମାଜରେ ପରସ୍ପରକୁ ସାହାଯ୍ୟ ସହଯୋଗ, ଶାନ୍ତି, ମୈତ୍ରୀ, ସୌହାର୍ଦ୍ଧ ବାଣ୍ଟିବା ପାଇଁ ବିଶିଷ୍ଠ ଶିକ୍ଷାବିତ୍, ସମାଜସେବୀ ତଥା କିଟ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରାୟସ ୨୦୧୩ ମସିହା ମେ’ ୧୭ ତାରିଖରେ ଆରମ୍ଭ କରାଯାଇଥିଲା । ସେହିବର୍ଷ ଠାରୁ ପ୍ରତିବର୍ଷ ମେ’ ୧୭ ତାରିଖରେ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହି ଦିବସ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ଭାବେ ପାଳିତ ହୋଇ ଆସୁଅଛି । ଚଳିତ ବର୍ଷ ଭାରତ ସମେତ ବିଶ୍ୱର ୧୨୦ଟି ଦେଶରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ ପାଇଁ ଆୟୋଜନ କରାଯାଇଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ତଥା ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ରୂପେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିନାଥ ପରିଡା, ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିଦ୍ୟାଧର ପାତ୍ର, କିଟିର ବିଶ୍ୱ ଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ‘ସାହାଯ୍ୟକାରୀକୁ ସାହାଯ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିର ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ଅଧ୍ୟକ୍ଷତା କରିଥିବା ବେଳେ ଶାରୀରିକ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ସେବାମୂଳକ କାର୍ଯ୍ୟ ଅବଦାନ ପାଇଁ ବସନ୍ତ ମଞ୍ଜରୀ ଗୁରୁ, ଗଙ୍ଗାଧର ବାରିକ, ମୀନତି ରଣା, ସୋନି ଚମ୍ପତି, ହାର ସେଠି ପ୍ରମୁଖ ୫ ଜଣକୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୭୦ରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶିଲ ମୁକୁଟମଣି, ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ଗୀତାରାଣୀ ରଣଜିତ, କିଟିର ଜିତେନ୍ଦ୍ର କୁମାର ଜେନା, ସୁଧାକର ବରାଳ, କୃତିବାସ ପ୍ରଧାନ, ବିଭୂକାନ୍ତ ଦଳେଇ ସମେତ ଶିକ୍ଷକ ସହଦେବ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ଶତୃଶଲ, ପ୍ରଭାକର ବାରିକ, ବାବୁରାମ ଦାସ ପ୍ରମୁଖ ସହଯୋଗ କରିଥିଲେ ।