ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖାର ୨୭ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ଏହାର ୨୭ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ପୂର୍ଣ୍ଣ ଛତ୍ରପୁର ସହରରେ ବ୍ରହ୍ମାକୁମାରୀ ସଂସ୍ଥାନର ଭାଇ ଓ ଭଉଣୀମାନଙ୍କର ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ତଥା ଶିବ ଭଗବାନଙ୍କ ରଥର ଶାନ୍ତି ଶୋଭାଯାତ୍ରା ବାହାରିଥିଲା । ଏହାର ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ଇଣ୍ଡିଆନ୍ କୋଷ୍ଟ ଗାର୍ଡ କମାଣ୍ଡେଣ୍ଟ ଧନଞ୍ଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ଏହାର ପ୍ରାରମ୍ଭରେ ଛତ୍ରପୁର ଶାଖା କଳ୍ପବାସିନୀନଗର ଠାରୁ ଅପର ବସ୍‌ଷ୍ଟାଣ୍ଡ ବିଭିନ୍ନ ସାହି ଦେଇ ଲୋର୍ ବସ୍‌ଷ୍ଟାଣ୍ଡ ତଥା ରିକାପଲ୍ଲୀରେ ଶେଷ ହୋଇଥିଲା । ଏହି ଶାନ୍ତି ଶୋଭାଯାତ୍ରାରେ ୧୫ରୁ ଅଧିକ ପାଖ ଗ୍ରାମ ତଥା ସ୍ଥାନୀୟ ସହରର ଭାଇ ଓ ଭଉଣୀମାନେ ପଦଯାତ୍ରା କରିଥିଲେ । ଚୈତନ୍ୟ ଝାଙ୍କି ଓ ସ୍ଲୋଗାନ ମାଧ୍ୟମରେ ବିଶ୍ଵ ଭାତୃତ୍ୱ ଭାବ, ବିଶ୍ଵ ଏକତା, ଚରିତ୍ର ନିର୍ମାନ, ନିଶାମୁକ୍ତ ଜୀବନ ପାଇଁ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ସମସ୍ତ ସହରବାସୀଙ୍କୁ ନିଶୁଳ୍କ ରାଜ ଯୋଗର ଅଭ୍ୟାସ ପାଇଁ ସ୍ଥାନୀୟ ସେବାକେନ୍ଦ୍ରକୁ ଈଶ୍ୱରୀୟ ନିମନ୍ତ୍ରଣ କରାଯାଇଥିଲା । ଛତ୍ରପୁର ଶାଖା ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ରଜାଯୋଗୀନି ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଏହାକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ ।

Leave A Reply

Your email address will not be published.