oom

ମଧୁସୂଦନ ଶିକ୍ଷା ନିବାସରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ ମଧୁସୂଦନ ଶିକ୍ଷା ନିବାସଠାରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଭାଗିନୀ ମୁଦାଲିଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ମଧୁବାବୁ ଥିଲେ ଚିନ୍ତା ଓ ଚେତନାରେ ଖାଣ୍ଟି ଉତ୍କଳୀୟ । ସେ ଉତ୍କଳବାସୀଙ୍କୁ ଜାତିପ୍ରେମରେ ଉଦ୍‌ବୁଦ୍ଧ କରାଇ ଏକତ୍ର ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହ ସେ ମଧୁସୂଦନଙ୍କ ସଂପର୍କରେ ଏକ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ପାଢୀ, ଶରତ ପାତ୍ର, ନିରୁପମା ନାୟକ, ସଂଯୁକ୍ତା ମହାନ୍ତି, ଝିଲିମା ମହାନ୍ତି, କଳ୍ପିତା ସରଣ, ସତ୍ୟଭାମା ଖୁଣ୍ଟିଆ, ନିବେଦିତା ବେହେରା, ଅଜୟ ରାୟ, ଜିତେନ୍ଦ୍ର ପଣ୍ଡା, ନିରାକାର ଜେନା, ନୀଲମ ସିଂହ ପ୍ରମୁଖ ମଧୁସୂଦନଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ଛାତ୍ରୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସତ୍ୟବତୀ ନନ୍ଦ, ଝରଣା ନାୟକ, ମୁକୁଲ ଆଚାର୍ଯ୍ୟ, କଳିକା ନାୟକ, ମାଧବୀ ଦେବୀ, ଅଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.