ପୃଥିବୀ ଦିବସ – ୨୦୨୩ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଗାଂଳ ଗ୍ରାମଠାରେ ପୃଥିବୀ ଦିବସ-୨୦୨୩ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅପ ସୋସିଆଲ ଆକ୍ସନ ଆଣ୍ତ ରିସର୍ଚ, ପୁରୀ ଆୟୋଜନରେ ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାର, ନୂଆଦିଲ୍ଲୀ ସହାୟତାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍କୁଲରୁ ୯୪ ଜଣ ଛାତ୍ରଛାତ୍ରୀ ଚିତ୍ରାଙ୍କନ ଓ ରଂଗ ଦେବା ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥିମଧ୍ୟରୁ ଦିବ୍ୟଲକ୍ଷ୍ମୀ ସାହୁ ପ୍ରଥମ, ଦିବ୍ୟରଂଜନ ନାୟକ ଓ ଅନିତା ସାହୁ ଦ୍ୱିତୀୟ, ଆଦିତ୍ୟ ଶେଖର ମହାପାତ୍ର, ସସ୍ମିତା ମଣିଆ ଓ ତୁଳସୀ ପାଲଟସିଂହ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ଜଳନ୍ଧର ବେହେରା, ମୁଖ୍ୟ ଅତିଥି, ସମାଜସେବୀ ବାସୁଦେବ ପ୍ରଧାନ, ସମ୍ମାନିତ ଅତିଥି, ପରିବେଶବିତ୍‌ ଅଶୋକ କୁମାର ପେଣ୍ଠୋଇ, ମୁଖ୍ୟବକ୍ତା, ସମାଜସେବୀ ସୁଶାନ୍ତ କୁମାର ଚଂପତି ଓ ପ୍ରିତିନନ୍ଦା ପରିଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ ସଂପ୍ରତି ଜଳବାୟୁ ପରିବତ୍ତତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାତାର ସୁରକ୍ଷା ପାଇଁ ସଂକଟ ଆଣିଦେଇଛି । ଏହାର ପ୍ରତିକାର ପାଇଁ ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିଥିମାନେ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଭାପତି ଆଲୋକ କୁମାର ସ୍ୱାଇଁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।

Leave A Reply

Your email address will not be published.