ଯୋଗେନ୍ଦ୍ରନାଥପୁର ଠାରେ ଅଖିମୁଠି ଅନୁକୂଳ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୟ କିଷାନ ଆନ୍ଦୋଳନ ପାଇକମାଲ ବ୍ଲକ ତରଫରୁ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ଯୋଗିନ୍ଦ୍ରନାଥପୁର ଠାରେ ଅଖିମୁଠି ଅନୁକୂଳ ସଭାପତି ବିଶ୍ଵନାଥ ରଣାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗାଁର ଗୌନ୍ତିଆ ଗଣେଶ ଭୋଇଙ୍କ ଘରୁ ଅଖିମୁଠି ଧାନ ବାହାର କରି ଗୌନ୍ତିଆଙ୍କ କ୍ଷେତରେ ମା’ ଧରଣୀମାତାଙ୍କୁ ପୂଜା ଅର୍ଚ୍ଚନା କରି ପ୍ରଭୁ ବଳରାମଙ୍କ ହଳ ଲଙ୍ଗଳ ଯୁଆଡିକୁ ପୂଜା କରି ଅଖିମୁଠି ଅନୁକୂଳ ହୋଇଥିଲା । ଏଥିରେ ଚାଷୀର ଭୂମି ଉପରେ ସୁରକ୍ଷା ଗୁରୁତ୍ୱ ଦେଇଥିଲେ ଏବଂ ମାଟିର ଉର୍ବରତା ଉପରେ ବକ୍ତାମାନେ ମତପ୍ରକାଶ କରି ଆଗାମୀ ଦିନରେ ପ୍ରତ୍ୟେକ ପରିବାରରୁ ଏକ ଏକର ଜମିରେ ଜୈବିକ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତ ସାହୁ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ଏକତ୍ରିତ କରି ଜୟ କିଷାନ ଆନ୍ଦୋଳନ ସହିତ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ପିତାମ୍ବର ସାହୁ, ବିପିନ ବିହାରୀ ଠାକୁର, ରାହାସ ବିହାରୀ ସାହୁ, ବାଳକୃଷ୍ଣ ବନଛୋର, ଚୂଡ଼ାମଣି ଭୋଇ ଏବଂ ଶତାଧିକ ମହିଳା, ଗ୍ରାମବାସୀ ଉପସ୍ଥିତ ହୋଇ ଅଖିମୁଠି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.