oom

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅନ୍ୱେଷଣ’ର ପ୍ରତିଷ୍ଠା ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, କିଶୋରୀ ବାଳିକାମାନଙ୍କୁ ଜୀବନ ଗଠନ କ୍ଷେତ୍ରରେ ମୁଖ୍ୟ ସ୍ରୋତରେ ସାମିଲ କରିବା ସର୍ବୋପରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ୨୦୦୭ ମସିହା ଏପ୍ରିଲ ପହିଲା ପବିତ୍ର ଉତ୍କଳ ଦିବସରେ ‘ଅନ୍ୱେଷଣ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଦକ୍ଷିଣ ରାଉରକେଲାର କେତେଜଣ ସେଚ୍ଛାସେବୀ ବ୍ୟକ୍ତି ଗଠନ କରିଥିଲେ । ଏହି ଅବସରେ ଉତ୍କଳ ଦିବସ ଦିନ ‘ଅନ୍ୱେଷଣ’ର ପ୍ରତିଷ୍ଠା ଦିବସ ସଭାପତି ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଶଙ୍କର୍ଷଣ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୁଦନଙ୍କ ଜାତୀୟତାବାଦରେ ଅନୁପ୍ରାଣିତ ହୋଇ ଆଗାମୀ ଓଡ଼ିଶାର ପ୍ରଗତି, ସାମାଜିକ ସଂସ୍କାର, ଓଡ଼ିଶାର ପରମ୍ପରା ଓ ସଂସ୍କୃତି, ଆତ୍ମନିର୍ଭରଶୀଳ କାର୍ଯ୍ୟପନ୍ଥା ସର୍ବୋପରି ଆଜିର ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର, ଟେଲରିଙ୍ଗ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସ୍ୱାବଲମ୍ବୀ କରିଆସିଛି । ଏହା ବାସ୍ତବରେ ପ୍ରଶଂସନୀୟ । ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ମିଳିବା ଆବଶ୍ୟକତା ଅଛି ବୋଲି ଶ୍ରୀ ପରିଡା କହିଥିଲେ । ରାଜ୍ୟ କର୍ମଚାରୀ ବୀମା ପ୍ରାକ୍ତନ ଅଧିକାରୀ ଡା. ବିଷ୍ଣୁପ୍ରିୟା ଦେଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷର ଐତିହ୍ୟ, ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ସହ ଏହାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟା ଚାନ୍ଦମଣି ମାଝୀ, ହୀରା ଗାଗରାଇ, ସନାତନ ସାହୁ ପ୍ରମୁଖ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ପୁରୁଣା ଗ୍ରନ୍ଥ, ଭାଗବତ ଓ ପ୍ରାଚୀନ ପୁରାଣ ଆଦିକୁ ଇ-ବହି ଆକାରରେ ଉପସ୍ଥାପନା କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ସଚଳା ପଣ୍ଡା ସମ୍ପାଦକୀୟ ବିବରଣୀରେ ଅନ୍ୱେଷଣ ପକ୍ଷରୁ ଆହୁରି ବିଭିନ୍ନ କାର୍ଯ୍ୟକ୍ରମ କମ୍ପ୍ୟୁଟର ଶିକ୍ଷା, ସିଲେଇ ଶିକ୍ଷା, ‘ସବଳା’ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଓ ତାର ସଫଳତା ଓ ଆଗାମୀ ଦିନରେ ହେବାକୁ ଥିବା ସ୍ୱାସ୍ଥ୍ୟସେବା ଶିବିର ସମ୍ପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ପରିଡା ଏହିଭଳି ବିକାଶମୂଳକ କାର୍ଯ୍ୟକ୍ରମରେ ସବୁ ସ୍ତରରୁ ସହଯୋଗର ହାତ ବଢାଇବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାୟା ମାଝୀ, ଦୁଲହନ ମୁର୍ମୁ, ରମେଶ କାନ୍ଦୁଲାନା, ଶୁକଦେବ ଗୌଡ଼, ଶଙ୍କର ଗୁୱାଲା, ଭାରତୀ ନାୟକ, କବିର ସିଂ, ଅନୁପ ପ୍ରସାଦ ବିଶାଲ, ହସି ଟୁଡୁ, ଖୁସୁବୁ ପ୍ରିୟା ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ପ୍ରିନ୍‌ସିପାଲ ଭାରତୀ ବାସ୍କେ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.