jayashree

ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ସୁଜନପୁର ଗ୍ରାମ ପଞ୍ଚାୟତର ଗୋଡ଼ିସାହି ଗ୍ରାମରେ ଆରାଧ୍ୟା ଦେବୀ ମା’ ଦୁଲ୍ଲାଦେଇଙ୍କ ପୀଠରେ ଅଷ୍ଟପ୍ରହରୀ ଓ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ମା’ ଦୁଲ୍ଲାଦେଇ କମିଟିର ସଭାପତି ସଂଜୟ କୁମାର ଶ୍ରୀଚନ୍ଦନ, ଉପସଭାପତି ତ୍ରିଲୋଚନ ପରିଡ଼ା, ସଂପାଦକ ବଙ୍ଗୁ ରାଉତରାୟ ଏବଂ କମିଟିର ସଭ୍ୟ ବାନାମ୍ବର ପରିଡ଼ା, ତପନ କୁମାର ପାର୍ଥୀ, ଅଭିମନ୍ୟୁ ବାରିକ, ଶରତ କୁମାର ରାଉତରାୟ, ବିନୋଦ ପାଲଟାସିଂହ, ବିଶ୍ୱନାଥ ସୁବୁଦ୍ଧି, ପ୍ରସନ୍ନ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଭାବଗ୍ରାହୀ ରଥ ଯଜ୍ଞର ମୁଖ୍ୟ ପୁରୋଧା ଥିଲେ । ଆଜିକୁ ଦୀର୍ଘ ୧୫ ବର୍ଷ ହେଲା ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ସାତ୍ତ୍ୱିକ ମନୋଭାବ ନେଇ ମା’ଙ୍କର ପର୍ବପର୍ବାଣୀ ମାନ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି । ମହାପ୍ରସାଦ ସେବନ ବଣ୍ଟନ ମଧ୍ୟ ଏହି ଅବସରରେ ହୋଇଥାଏ । ବୀର ପଣ୍ଡିତଙ୍କ ନାମରେ ଡେଲାଙ୍ଗ, ଏହାର ମୁକସାଖୀ ପାହାଲ ଉପରେ ବିରାଜମାନ ବିଶ୍ୱନାଥ ସ୍ୱୟଂ ଶିବ ମନ୍ଦିରରେ ପୂଜା ପାଉଛନ୍ତି । ପୂର୍ବେ ଏହା ବୌଦ୍ଧ କୀର୍ତ୍ତି ଥିଲା । ଅଷ୍ଟଦଶ ଶତାବ୍ଦୀର ଇଂରେଜ ସରକାର ରାଜୁତି କରିବା ସମୟରେ ଏଠାରେ ମା’ ଦୁଲ୍ଲାଦେଇ, ମା’ ପାଦୁକାଇ, ମା’ ଗଡ଼ଚଣ୍ଡି, ମା’ ବୁଢ଼ୀତରକାଇ ଏହା ମୁକସାକ୍ଷୀ ।

Leave A Reply

Your email address will not be published.