ଛତ୍ରପୁର ହସ୍ପିଟାଲରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲର ସମ୍ମିଳନୀ ଗୃହରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା. ସୁଦର୍ଶନ ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡା. ନିକୁଞ୍ଜ ଦାସ, ଟାଟା ଷ୍ଟିଲ ଫାଉଣ୍ଡେସନର ପରିଚାଳକ ଈଶ୍ୱର କୁମାର ପରିଡ଼ା, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ତଥା ଅଣସଂକ୍ରାମକ ରୋଗ ପରାମର୍ଶଦାତା ପ୍ରଭାତ କୁମାର ସାହୁ, ପରାମର୍ଶଦାତା (ଅଣସଂକ୍ରାମକ ରୋଗ), ବି.ଦେବହରି ରେଡ୍ଡୀ, ପରାମର୍ଶ ଦାତା, ସମ୍ୱନିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ଡ଼. ସନ୍ତୋଷ କୁମାର ରାଜୁ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା ଏବଂ ବ୍ଲକର ସମସ୍ତ ରୋଗୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । ଏଥିରେ ଟାଟା ଷ୍ଟିଲ ଫାଉଣ୍ଡେସନର (ନିକ୍ଷୟ ମିତ୍ର) ସହଯୋଗୀ ହୋଇଥିବାରୁ ଈଶ୍ୱର କୁମାର ପରିଡ଼ାଙ୍କୁ ସମ୍ମାନିତ କରାଯିବା ସହ ବିପୁଲିଙ୍ଗୀ ଟିବି ମୁକ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉନ୍ନତି ପାଇଁ ସବିତା ମିଶ୍ରଙ୍କୁ ସମ୍ମାନିତ କରାଯିବା ସହ ଡିଏମସି ଲେବରୋଟେରୀ ଟେକ୍ନିସିଆନ ପରୀକ୍ଷଣ ଉନ୍ନତ ହୋଇଥିବାରୁ ଏମ୍. ମାଧୁରୀ ଙ୍କୁ ସମ୍ମାନିତ କରାଯାଇଥିଲା । ଏପରିକି ୪୦ରୁ ୫୦ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପେକେଟ୍ କିଟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.