ମହୁଲପାଲିରେ ହିନ୍ଦୁ ନବବର୍ଷ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମ ପଞ୍ଚାୟତରେ ବୁଧବାର ଦିନ ମହାସମାରୋହରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଲୋକେ ଘର ସାମନାରେ ଝୋଟି ଦେଇ ଓ ସନ୍ଧ୍ୟାରେ ଦୀପ ଜାଳି ନବବର୍ଷକୁ ସ୍ୱାଗତ କରିଥିଲେ । ମା’ ଭାରତୀ ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ମହୁଲପାଲି ଗ୍ରାମରୁ ଭାରତମାତା ରଥ ବାହାରି ନିକଟସ୍ଥ କେନ୍ଦୁଭଟା, ଦର୍ବେକେଲା, ସାଲେଗେଡି ଓ ଦେଉଳୀରେ ଗ୍ରାମ ପରିକ୍ରମା କରିଥିଲା । ନବବର୍ଷର ଶୁଭ ସନ୍ଦେଶ ଦେବା ସହ ମହାନ ସନାତନ ସଂସ୍କୃତର ରକ୍ଷା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ । ପ୍ରତି ଗ୍ରାମରେ ଶହ ଶହ ସଂଖ୍ୟାରେ ଆବାଳବୃଦ୍ଧବନିତା ନିଜ ଘର ପ୍ରାଙ୍ଗଣରେ କଳସ ସ୍ଥାପନ କରି ହରିବୋଲ ହୁଳହୁଳି ଦେଇଥିଲେ । ଜୟ ଶ୍ରୀରାମ ଓ ଭାରତମାତା କି ଜୟ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗାଁର ସନାତନ ସଂସ୍କୃତି ପ୍ରେମୀ ଯୁବକମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.