ଏକତା ମହିଳା ମଂଚ ତରଫରୁ ସହିଦ ଓ ପିତୃମାତୃ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତା ମହିଳା ମଂଚ ତରଫରୁ କୋଏଲନଗର ସ୍ଥିତ ସି’ ବ୍ଲକ ପାର୍କ ଠାରେ ସହିଦ ଓ ପିତୃମାତୃ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବସୁମତି ମହାନ୍ତିଙ୍କ ସଭାପତିତ୍ୱ ଓ ସଂପାଦିକା ଅଂଶୁପା ଦଳେଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପରଭେଜ ଅରୋରା, ଲୁସି ଦାଶ, ଶ୍ରଦ୍ଧା ଷଡଙ୍ଗୀ, ଜୋୟା ତ୍ରିପାଠୀ, ଆଇନଜୀବୀ ରମେଶ ମହାନ୍ତି, ଏସଆଇ ମନୋହର ପ୍ରଧାନ, ଅମ୍ରିତା ନିଲମ, ଗ୍ରେସୀ ଡେଭିଡ, ରଶ୍ମିତା ପଣ୍ଡା, କଲ୍ୟାଣୀ ଦାସ, ବାବୁଲି ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁଲୱାମାରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପିତୃମାତୃ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କବି ସସ୍ମିତା ପ୍ରଧାନ ଓ ସୁରେଶ ଲେଙ୍କାଙ୍କ ଜନ୍ମ ଦିବସ ଉପଲକ୍ଷେ କେକ୍ କଟାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ଲତା ବେହେରା, ମୀନାକ୍ଷୀ ପାଢୀ, ବନଜା ବିଶ୍ୱାଳ, ଅସ୍ମିତା ମହାନ୍ତି, ସୁଷମା ଡାଙ୍ଗ, ନିରୁପମା ଜେନା, ବୀଣାପାଣି ଦାଶ, ମନୋରମା ଧଳ, ମିତା ଶର୍ମା, ବିଶ୍ୱଜିତ ରାଉତ, ବିଜୟ ସୁନ୍ଦରରାୟ, ହରେକୃଷ୍ଣ ନାୟକ, ସୁଦିନ ଶର୍ମା, ମଞ୍ଜୁ ସିଂ, ମୋହନ ମହାନ୍ତି, ନିର୍ଝରା ମହାନ୍ତି, ପାବନୀ ପାଣିଗ୍ରାହୀ, ବିଶାଖା ମହାନ୍ତି, ସିମରନ ସିଂ, ଜ୍ଞାନ ପାତ୍ର, ମାନସ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.