oom

ଗାନ୍ଧୀ ସ୍ମୃତି କମିଟି ତରଫରୁ ଗାନ୍ଧୀ ତିରୋଧାନ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀଭବନ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରେ ଆଜି ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ୭୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପଦାନ କରାଯାଇ ତାଙ୍କ ସ୍ମୃତି ରୋମନ୍ଥନ କରାଯାଇଥିଲା । କମିଟିର ସଭ୍ୟ ସାମ୍ବାଦିକ ଯୁଧିଷ୍ଠିର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ବରିଷ୍ଠ ନାଗରିକ ମନୋରଂଜନ ପୁରୋହିତ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ସ୍ମୃତି କମିଟିର ପ୍ରଶାନ୍ତ ମହାକୁର ପ୍ରମୁଖ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ଜୀବନ ଆଦର୍ଶ, ଗାନ୍ଧୀବାଦ ଓ ଅନ୍ୟାନ୍ୟ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । କବି ଅର୍ଜୁନ ସାହୁ ମହାତ୍ମାଗାନ୍ଧୀଙ୍କ ଉପରେ ଲିଖିତ ନିଜସ୍ୱ କବିତା ପାଠ କରିଥିଲେ । ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର ଶେଷରେ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀଭବନର ରିଡର୍ସ ଫୋରମର ପ୍ରାୟ ୫୦ଜଣ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.