oom

ଗଞ୍ଜାମ କଲେଜରେ ପରାକ୍ରମ ଦିବସ ପାଳନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଲେଜ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ତିଥିରେ ପରାକ୍ରମ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ନାଭାଲ ଏନ୍‌ସିସି କ୍ୟାଡେଟମାନଙ୍କ ଦ୍ଵାରା ଆୟୋଜିତ କରାଯାଇଛି । ପ୍ରଥମେ କଲେଜ ଏନ୍‌ସିସି ଅଧିକାରୀ ସବ୍‌ଲେଫ୍ଟନାଣ୍ଟ ଡ଼. ଦୁର୍ଗା ପ୍ରସାଦ ଦାଶ ଦୀପ ପ୍ରଜ୍ୱଳନ କରି ଏହି ମହାନ ବିପ୍ଲବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ସମସ୍ତ କ୍ୟାଡେଟଙ୍କୁ ଏହି ମହାନ ନେତାଙ୍କ ବଳିଦାନ ତଥା ଆଧୁନିକ ଭାରତ ଗଠନରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସିନିୟର କ୍ୟାଡେଟ ହେମନ୍ତ, ଡିମପ୍ସୁଲ, ସୁସମିତା, ସୁଜ୍ଞାନୀ, ବିନେଶ, ଶ୍ରବଣ ପ୍ରମୁଖ ଏହି ଦିବସ ବିଷୟରେ ନିଜ ନିଜ ମତ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନେତାଜୀଙ୍କ ବୀରତା, ତ୍ୟାଗ ତଥା ଅସୀମ ପରାକ୍ରମ ସମ୍ପର୍କରେ ଏକ ବୃତ୍ତଚିତ୍ର ପଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ୟାଡେଟ ସବ୍ୟସାଚୀ, ଶଙ୍କର, ଲକ୍ଷ୍ମୀ ତଥା ଅନ୍ୟ କ୍ୟାଡେଟମାନେ ସହଯୋଗ କରିଥିଲେ । ଶେଷରେ କ୍ୟାଡେଟମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

jittmm
Leave A Reply

Your email address will not be published.