oom

କନ୍ୟା ଗୁରୁକୁଳର ୧୪ତମ ବାର୍ଷିକୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛେତେଗାଁ ପଞ୍ଚାୟତ ଘୁଚାପାଲି ସ୍ଥିତ ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳରେ ୧୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସାମବେଦ ପାରାୟଣ ଓ ହୋମଯଜ୍ଞ କରାଯାଇଥିଲା । ପ୍ରଥମ ଦିନ କନ୍ୟା ଗୁରୁକୁଳ ଘୁଚାପାଲିର ଛାତ୍ରୀ ଓ ପାଇକମାଲ ମହର୍ଷି ଦୟାନନ୍ଦ ଗୁରୁକୁଳର ଯୋଗାଶ୍ରମରୁ ଆସିଥିବା ଛାତ୍ରମାନଙ୍କୁ ଯଜ୍ଞ ପବିତ ଧାରଣ ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା । ଏହି ଅବସରରେ ନାରୀ ଉତ୍‌ଥାନ, ରାଷ୍ଟ୍ର ନିର୍ମାଣ ଓ ସଂସ୍କୃତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରବିବାର ଉଦ୍‌ଯାପନୀ ଉତ୍ସବରେ କୁଳପତି ଗୁରୁକୁଳ ବେଦାର୍ଷ ମହାବିଦ୍ୟାଳୟ ନୂଆଦିଲ୍ଲୀ ସ୍ୱାମୀ ପ୍ରଣାବନନ୍ଦ ସରସ୍ୱତୀ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ଗୁରୁକୁଳ ଆମସେନାର ପ୍ରତିଷ୍ଠାତା ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ଗୁରୁକୁଳ ନବପ୍ରଭାତର ଆଚାର୍ଯ୍ୟ ବୃହସ୍ପତି, କନ୍ୟା ଗୁରୁକୁଳ ଆମସେନାର ପୁଷ୍ପା ବେଦଶ୍ରୀ, ପ୍ରେମ ପ୍ରକାଶ ଶାସ୍ତ୍ରୀ, କନ୍ୟା ଗୁରୁକୁଳ ଆଚାର୍ଯ୍ୟ ଶାରାଦା ବିଦ୍ୟାଲଂକାର, କମିଟି ସଭାପତି ବଡ ଶତପଥୀ, ପ୍ରେମାନନ୍ଦ ବାରିକ ଯୋଗ ଦେଇ ଗୁରୁକୁଳର ପାଠପଢା ଓ ଆଧୁନିକ ଯୁଗର ପାଠ ପଢିବାର ତାରତମ୍ୟ ଉପରେ ଗୁରୁତାରୋପ କରିଥିଲେ । ନରଦେବ ଯଜୁର୍ବେଦୀ ସଭା ପରିଚାଳନା କରିଥିବା ବେଳେ ଅନନ୍ତ କୁମାର ଧନ୍ୟବାଦ ଦେଇଥିଲେ । ସୁନିଲ ପ୍ରଧାନ, ଭୁବନେଶ୍ୱର ସାହୁ, ହରି ସାହା, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିଥିଲେ । ଶେଷରେ ଗୁରୁକୁଳର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ବ୍ୟାୟାମ ଓ ପ୍ରାଣାୟାମ ପ୍ରର୍ଦଶନ କରିଥିଲେ ।

jittmm
Leave A Reply

Your email address will not be published.