jayashree

କଂଟାବାଂଜି ସିଭିଲକୋର୍ଟରେ ୭୩ତମ ସମ୍ବିଧାନ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲକୋର୍ଟ କନଫରେନ୍ସ ହଲରେ ଶନିବାର ଅପରାହ୍ନରେ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଅନ୍ୟ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସବ୍‌ ଜଜ୍‌ ଅଲେଖ କୁମାର ପ୍ରଧାନ ଓ ଜେଏମଏଫସି ଶାଶ୍ୱତି ମହାପାତ୍ର ମଂଚାସୀନ ଥିଲେ । ସମ୍ବିଧାନ ଦିବସ ପାଳନର ମହତ୍ୱ ଉପରେ ଭାରତର ସମ୍ବିଧାନର ଆଭିମୁଖ୍ୟ, ମୌଳିକ ଅଧିକାର, ନୀତିଗତ ନିର୍ଦ୍ଧେସ, ନାଗରିକର କର୍ତ୍ତବ୍ୟ ଉପରେ ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ଦୁଃଖିଶ୍ୟାମ ଗୁରୁ, ଅଭିମନ୍ୟୁ ନାଗ ଆଇନ ଉପରେ ସୂଚନା ଦେଇଥିଲେ । ସେହିପରି ପାରା ଲିଗାଲ ଭୋଲେଂଟିୟର ଗୋବିନ୍ଦ ତାଣ୍ଡି ମଧ୍ୟ ସମ୍ବିଧାନର ବିଭିନ୍ନ ଅଧିକାର ଉପରେ ନିଜର ମତ ଦେଇଥିଲେ । ଏହି ଦିବସ ପାଳନ ଅବସରରେ କଂଟାବାଂଜି ଓକିଲ ସଂଘର ସଭ୍ୟ, ପାରା ଲିଗାଲ ଭୋଲେଂଟିୟର ସଭ୍ୟା/ସଭ୍ୟ, କୋର୍ଟ କର୍ମଚାରୀ ସହ ସାଧାରଣ ନାଗରିକ ଉପସ୍ଥିତ ରହି ସମ୍ବିଧାନ ଦିବସ ପାଳନର ମହତ୍ୱ ଉପରେ ଜାଣି ପାରିଥିଲେ ।

Leave A Reply

Your email address will not be published.