ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସାମ୍ବାଦିକ ୟୁନିୟନ (ଏସ୍ୟୁଜେ) ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଆଜି ସକାଳେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦେଶ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ହୋଇଥିଲା । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ବରିଷ୍ଠ ସମ୍ବାଦିକ ଗୋପବନ୍ଧୁ ଶତପଥି ଯୋଗ ଦେଇ ‘ଦେଶ ଗଠନରେ ଗଣମାଧ୍ୟମର ଭୂମିକା’ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହ ଯୋଗ ଦେଇ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ସମ୍ୟକ୍ ଧାରଣ ଦେଇଥିଲେ । ବରିଷ୍ଠ ସମ୍ବାଦିକ ଶରତ ମହାକୁର ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ପ୍ରେସ କାଉନସିଲ ଗଠନ ସମ୍ବନ୍ଧରେ ସୂଚନା ଦେଇ ଜାତୀୟ ପ୍ରେସ ଦିବସ ସେହିଦିନ ଠାରୁ ପାଳନ ହୋଇ ଆସୁଥିବା କହିଥିଲେ । ଜାତୀୟ ପ୍ରେସ ଦିବସରେ ଏସ୍ୟୁଜେର ରାଜ୍ୟ ସଂଯୋଜକ ମହେନ୍ଦ୍ର ଦର୍ଜୀ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରାଜ କୁମାର ଦାଶ, ଜୟ ପ୍ରକାଶ ମଟାରୀ, ମହେନ୍ଦ୍ର ପ୍ରଧାନ, ସତ୍ୟ ପଟେଲ, ବାଳକୃଷ୍ଣ ଷଡଙ୍ଗୀ, ନିରୋଜ ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଯୁବ ସାମ୍ବାଦିକ ସନ୍ତୋଷ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post