ବଙ୍ଗୋମୁଣ୍ଡାରେ ୧୪୭ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ କାର୍ଯ୍ୟାଳୟ ଠାରେ ୧୪୭ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରେଶ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ, ସମ୍ମାନିତ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ରେଣୁ ରଞ୍ଜନ ବାଗ, ଧନୁଯାତ୍ରା ମହୋତ୍ସବ କମିଟିର ପ୍ରତିଷ୍ଠାତା ମାଧବ ହଂସ, ସମାଜସେବୀ ଧୋବା ପୁଟେଲ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ଉପସଭାପତି ଅଶୋକ ନାରାୟଣ ଭୋଇ ଯୋଗ ଦେଇ ଜଳ, ଜଙ୍ଗଲ, ଜମିର ଲଢେଇ କରିଥିବା ବିର୍ସା ମୁଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ । ଜଳ, ଜଙ୍ଗଲ, ଜମିର ଲଢେଇ ଏବେ ମଧ୍ୟ ଲଢ଼ିବାର ଅଛି ଏବଂ ଶିଳ୍ପପତି କମ୍ପାନୀଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ବିଭିନ୍ନ କଳ କାରଖାନା ଏବଂ ବିକାଶର ଆଳରେ ସରକାର ଆଦିବାସୀମାନଙ୍କ ପ୍ରତି ଗରିବ ନିଷ୍ପେସିତମାନଙ୍କ ପାଇଁ କିଛି ଆଖି ଦୃଶିଆ କାମ କରୁନଥିବା କଥାକୁ ସମାଲୋଚନା କରି ଆଗାମୀ ଦିନରେ ଲଢେଇ ଜୋର୍‌ଦାର୍‌ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କଣ୍ଟାବାଞ୍ଜିର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ଏଥିରେ ନିତ୍ୟାନନ୍ଦ ବେହେରା, ହରିହର ରାଉତ, କ୍ଷେତ୍ର ବେହେରା, ହନି ବେହେରା, ସଞ୍ଜୀବ ଦୋରା, ବାସୁଦେବ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.