oom

ଶିଶୁ ଦିବସ ଅବସରରେ ବିଶ୍ଵମୁକ୍ତି ପକ୍ଷରୁ ଶିଶୁ ମହୋତ୍ସବ ଓ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶିଶୁ ଦିବସ ଅବସରରେ ସୋମବାର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦା ପରିସରରେ ବିଶ୍ଵମୁକ୍ତି ପକ୍ଷରୁ ମହାଆଡମ୍ବରରେ ଶିଶୁ ମହୋତ୍ସବ ତଥା ସ୍ଵାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ କରିବା ସହ ମଞ୍ଚ ସଂଯୋଜନା କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଆଶୁତୋଷ ସାମନ୍ତସିଂହାର, ମାନବ ସମ୍ବଳ ନିର୍ଦ୍ଦେଶକ ନାଲୋକ, ମୁଖ୍ୟବକ୍ତା ଭାବେ ଅଜୟ ବାହାଦୁରସିଂ, ନିର୍ଦ୍ଦେଶକ ବିକାଶ ଇନଷ୍ଟିଚ୍ୟୁଟ, ସମ୍ମାନିତ ଅତିଥି ରୂପେ ପ୍ରଫେସର ଶଶାଙ୍କ ଚୂଡାମଣି, ସମ୍ପାଦକ ବିଶ୍ଵମୁକ୍ତି ତଥା କେପିପି ବିଦ୍ୟାଳୟର ପ୍ରତିଷ୍ଠାତା, ସମାଜସେବୀ ସୁଦର୍ଶନ ପ୍ରଧାନ, କେନ୍ଦୁଝରରୁ ବିଷ୍ଣୁପ୍ରିୟା ନାୟକ, ଶିକ୍ଷାବିତ ଜଟାଧାରୀ ପରିଡା, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ଛୋଟରାୟ, ସ୍ଥାନୀୟ ସରପଞ୍ଚ ଶେଷଦେବ ବାରିକ, ଶିକ୍ଷାବିତ କୁନ୍ତଳା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଶିଶୁ ଭବିଷ୍ୟତର ସେ ନାଗରିକ ଓ ଦେଶର କର୍ଣ୍ଣଧାର, ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ବିଧାନ ଆମର ପରମ କର୍ତ୍ତବ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପତ୍ରିକା ବିଶ୍ୱମୁକ୍ତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ସବିତା ଦାସ ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ବିଶ୍ଵମୁକ୍ତି ପତ୍ରିକା ଲୋକାର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଉଚ୍ଚ କୋଟିର ନାଚ ଗୀତ ପରିବେଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜ୍ଜନ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା, ଶିକ୍ଷକ ରମେଶଚନ୍ଦ୍ର ପରିଡା, ଅଜିତ ରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.