ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଟି ଜନଙ୍କ ମାର୍ଗଦର୍ଶକ ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂତନ ଟାଉନ ହଲ୍‌ ସୋନପୁରଠାରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷକବୃନ୍ଦଙ୍କୁ ଗୁରୁଦିବସର ଅଭିନନ୍ଦନ ଜଣାଇବା ସହ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ଓ ପ୍ରତିବଦ୍ଧତାକୁ ବଜାୟ ରଖି ଜିଲ୍ଲାକୁ ଏକ ଅଗ୍ରଣୀ ଶିକ୍ଷା ଜିଲ୍ଲା ଭାବେ ଗଢ଼ିତୋଳିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଶିକ୍ଷକବୃନ୍ଦ ସ୍କୁଲ ବାହାରେ ଥିବା ଝିଅଙ୍କୁ ପୁନର୍ବାର ସ୍କୁଲ ଫେରାଇ ଆଣିବାର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ । ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି କି ଏହା ଆମ ପାଇଁ ଏକ ଆହ୍ୱାନ, ଆହ୍ୱାନକୁ ଗ୍ରହଣ କରି ଆମକୁ ଆହୁରି ପ୍ରଯତ୍ନ କରିବାକୁ ପଡିବ, ଆମର ଲକ୍ଷ୍ୟ ଜିଲ୍ଲାର କୋଣ ଅନୁକୋଣରେ କୌଣସି ବି ଗୋଟିଏ ଝିଅ ଯେପରି ସ୍କୁଲ ବାହାରେ ନ ରୁହନ୍ତି, ସମସ୍ତେ ଯେପରି ଶିକ୍ଷା କ୍ଷେତ୍ରରେ ଯୋଡି ହେବେ ସେଥିପ୍ରତି ସମ୍ମିଳିତ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ ନରୱଣେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତ୍ୟା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସାହାରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ସଭା ସଂଯୋଜନା କରିଥିଲେ । ପଞ୍ଚମହଲା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଧର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ଗଣେଶ କିସାନ, ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ସମାରୋହ ପରିପ୍ରେକ୍ଷୀରେ ଜିଲ୍ଲାରେ ସ୍କୁଲ ବାହାରେ ଥିବା ଝିଅଙ୍କୁ ପୁନଶ୍ଚ ଶିକ୍ଷା କ୍ଷେତ୍ରରେ ସାମିଲ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର, ଆଇଜିଏଚଏସ ଖଣ୍ଡହତା, ପିଏସଏଚଏସ ଉଲୁଣ୍ଡା, ଜେଏ ଜଲୋଏ, ଏସଏନଏଚଏସ ତରଭା, ବାଳିକା ଉଚ୍ଚ ବିଦ୍ୟାଳୟ ତରଭା, ବାଳିକା ଉଚ୍ଚ ବିଦ୍ୟାଳୟ ବିନିକା, ସେଲେଡି ଏଚଏସ, ସେଲେଡି, ବାଳିକା ଉଚ୍ଚ ବିଦ୍ୟାଳୟ ଚେରୁପାଲି, ୟୁଜିଏଚଏସ ସୁନାପାଲି, ଏପିଏଚଏସ ରେଙ୍ଗାଲି, ଏସଜିପିଏଚଏସ ହର୍ଡଖୋଲ ପ୍ରଭୃତି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଯେଉଁ 5T ହାଇସ୍କୁଲ ସେମାନେ ସାମଗ୍ରିକ ଭାବେ 5Tର କାର୍ଯ୍ୟକାରିତାକୁ ହାଇସ୍କୁଲରେ ସଫଳ ଭାବେ ଉପଯୋଗ କରିଛନ୍ତି ସେହି ସ୍କୁଲ ଯଥା- ବୀରମହାରାଜପୁର ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁର, ବୀରମହାରାଜପୁର ହାଇସ୍କୁଲ ବୀରମହାରାଜପୁର, ସୋନପୁର ବ୍ଲକ ଅନ୍ତର୍ଗତ ମହାରାଜା ହାଇସ୍କୁଲ ସୋନପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର, ଡୁଙ୍ଗୁରିପାଲି ବ୍ଲକର ଏସଜେଏଚଏସ ଗଜବନ୍ଧ, ଡୁଙ୍ଗୁରିପାଲି ହାଇସ୍କୁଲ ଡୁଙ୍ଗୁରିପାଲି, ବିନିକା ବ୍ଲକର କର୍ତ୍ତଙ୍ଗ ହାଇସ୍କୁଲ, କର୍ତ୍ତଙ୍ଗ, ଏସକେଏଚଏସ ଚରଦା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିଏଚଏସ ବିଶିପଡା, ପିଏସଏଚଏସ ଉଲୁଣ୍ଡା । ସେହିପରି ତରଭା ବ୍ଲକର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ତରଭା, ମେଣ୍ଡା ହାଇସ୍କୁଲ ମେଣ୍ଡା ପ୍ରଭୁତି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!