jayashree

ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାକେନ୍ଦ୍ର ଛତ୍ରପୁର ସ୍ଥିତ ଶାନ୍ତି ଅନୁଭୂତି କେନ୍ଦ୍ରରେ ଗୁରୁବାର ବିଶ୍ୱ ବନ୍ଧୁତ୍ୱ ଦିବସ ତଥା ରତ୍ନପ୍ରଭା ରାଜ୍ ଯୋଗିନୀ ଦାଦି ପ୍ରକାଶମଣିଙ୍କ ୧୫ତମ ଶ୍ରାଦ୍ଧ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଉକ୍ତ ସାମାରୋହରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ସମାଜରେ ଶାନ୍ତି ଓ ମୈତ୍ରୀତ୍ତ୍ୱ ଆନୟନ ନେଇ ବ୍ରହ୍ମାକୁମାରୀ ସଂସ୍ଥାନର ସଫଳ ପ୍ରୟାସତାକୁ ସାଧୁବାଦ ଜଣାଇ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ବ୍ରହ୍ମାକୁମାରୀ ଈଶ୍ୱରୀୟ ଚିନ୍ତନ ଧାର୍ମିକ ଭାବନା ଜନସାଧାରଣଙ୍କୁ ବିଶେଷ ପ୍ରଭାବିତ କରିଛି ବୋଲି ବିଧାୟକ ଶ୍ରୀ ବେହେରା ଆଲୋକପାତ କରିଥିଲେ । ପ୍ରେମ, ଶାନ୍ତି, ମୈତ୍ରୀ, ସଦ୍ଭାବନାର ସନ୍ଦେଶ ଦେଇ ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଭଉଣୀ, ପିଙ୍କି ଭଉଣୀ, ବି.କେ. ସିମାଞ୍ଚଳ ଭାଇ ଚିର-ଶାଶ୍ୱତ ଚିନ୍ତନର ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବାଣୀ ପ୍ରଦାନ କରିଥିଲେ । ବାଲାକ୍ରିଷ୍ଣାଭାଇ, ରଜନୀକାନ୍ତ ଭାଇ, ଭାଗ୍ୟ ଭଉଣୀ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.