oom

ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଦୁଇଦିନ ପାଳିତ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟେକ ପୂଜାସ୍ଥଳୀ ଓ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଆଜି ନନ୍ଦ ଉତ୍ସବରେ ହୋମ ଯଜ୍ଞ, ଭାଗବତ ପୁରାଣ ପଠନ ହୋଇଯାଇଛି । ମନ୍ଦିର ଗୁଡିକରେ ବ୍ରତ ଧାରି ମହିଳା ସଂଖ୍ୟା ଅଧିକ ଥିବା ଦେଖାଯାଇଥିଲା । ବରଗଡ଼ ସହରର ଗୌରପଡାସ୍ଥିତ ଶ୍ରୀକୃଷ୍ଣ କୁଞ୍ଜ, ହାଟପଦା ଶ୍ରୀ ରାଧା କୃଷ୍ଣ ମନ୍ଦିର, ମାରୱାଡିପଡା ରାଧା କୃଷ୍ଣ ମନ୍ଦିର, ଅମ୍ବାପାଲି ବେଣୁ ବାବାଙ୍କ ମଠ, ଚକରକେନ୍ଦ ମାତୃ ଛାୟା ଆଶ୍ରମ, ଗଉଡ ସମାଜ ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା ।

jittmm
Leave A Reply

Your email address will not be published.