ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୭୬ତମ ସ୍ୱାଧୀନତା ଦିବସ ପାଳିତ : ଯୋଗ ଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌର ପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଭାରତ ସରକାରଙ୍କ ମୁଖ୍ୟ ସୁନୀଲ କୁମାର ହୋତା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଏମ୍‌ସର ପ୍ରଫେସର ଶ୍ରୀମତୀ କଳ୍ପନା ବୋରୱାଲ ଯୋଗଦାନ କରିଥିଲେ । ଏହି ଅବସରରେ ପିଲାମାନଙ୍କ ପାଇଁ ଏକ ସ୍କୁଲ ବସ୍‌ର ଶୁଭାରମ୍ଭ କରାଯାଇଥିବା ବେଳେ ସ୍କୁଲ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଛି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସ୍କୁଲର ଛାତ୍ରୀ ଅମ୍ରିତା ରଥ, ଛାତ୍ରୀ ଦିବ୍ୟାଶା ଦାଶ ଏବଂ ଛାତ୍ର ଦିବ୍ୟା ରଂଜନ ଠାକୁର । ଶେଷରେ ସ୍କୁଲ ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ସ୍ୱାଧୀନତାର ଉପଯୋଗିତା ବିଷୟରେ ଉପସ୍ଥିତ ଛାତ୍ରଛତ୍ରୀମାନଙ୍କୁ ବୁଝାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.