om academy

ବିଶ୍ୱ ଆଦିବାସୀ ଦିବସ ପାଳିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଉଲବା ଗ୍ରାମରେ ନିଖିଳ ଉତ୍କଳ କୁଲି ମେହେର ସମାଜ, ଓଡିଶା ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ପ୍ରକୃତି ସ୍ୱରୂପିଣୀ ମା’ କରମସାନିଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ପୂଜା କରାଯାଇ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ସମାଜର ରାଜ୍ୟ ସଭାପତି ଧନସିଂ ମେହେର, ସାଧାରଣ ସମ୍ପାଦକ ଚିତ୍ତରଂଜନ ମେହେର, ମୁଖ୍ୟ ଉପଦେଷ୍ଟା ଦୀନବନ୍ଧୁ ମେହେର, ଶଂକର ମେହେର ଉପସ୍ଥିତ ରହିଥିଲେ । ଆଦିବାସୀଙ୍କର ସାମ୍ବିଧାନିକ ଅଧିକାର, ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରାର ମୌଳିକତାର ସୁରକ୍ଷା, ପ୍ରକୃତି ସୁରକ୍ଷା, ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ସଂପ୍ରସାରଣରେ ଭୂମିକା ତଥା ଆଦିବାସୀ ଦିବସର ମୂଲ ଲକ୍ଷ ଓ ଉଦ୍ଦେଶ୍ୟ ସମ୍ଵନ୍ଧରେ ଅତିଥିଗଣ ଆଲୋକପାତ କରିଥିଲେ । ମହାଦେବ ମେହେର, ପ୍ରେମାନନ୍ଦ ମେହେର, ମହେନ୍ଦ୍ର ମେହେର, ବିନୟ ମହରା, ସୁଜାତା ମେହେର ତଥା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.