oom

ବ୍ଲକସ୍ତରୀୟ ଡେଙ୍ଗୁ ସଚେତନତା ମାସ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳସ୍ତରୀୟ ଡେଙ୍ଗୁ ସଚେତନତା ମାସ ପାଳନ ଅବସରରେ ଏକ ସଭା ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗୃହରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଚେତନତା କାୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ୧୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତୀଶ୍ରୀ ରାଉତରାୟ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ଡେଙ୍ଗୁର କାରଣ ଓ ପ୍ରତିକାର ଉପରେ ଆଲୋକପାତ କରିବା ସହ ଡେଙ୍ଗୁ ଜ୍ଵର ଏଡିସ୍‌ ମଶା କାମୁଡିବା ଦ୍ଵାର ହୋଇଥାଏ, ଏହି ମଶା ଦିନ ବେଳେ କାମୁଡି ଥାଏ, ଏହି ରୋଗଠାରୁ ଦୂରେଇ ରହିବାକୁ ହେଲେ ଆମ୍ଭେ ସମସ୍ତେ ସତର୍କ ଓ ସଚେତନ ରହିବା ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଯନ୍ତ୍ରୀ ସ୍ୱାଗତିକା ପ୍ରଧାନ, ଗୁଆଲିପଡା ମେଡିକାଲ ଅଧିକାରୀ ଡକ୍ଟର ରାଜେନ୍ଦ୍ର କୁମାର ସାହୁ, ଆଇସିଡିଏସ୍‌ ସୁପରଭାଇଜର ସଂଘମିତ୍ରା ବେହେରା, ସରୋଜିନୀ ବେହେରା, ଏସ୍‌ ହୋତା, ଶାନ୍ତିଲତା ବାରିକ, ବିପିଏମ୍‌ ଦିଲ୍ଲୀପ କୁମାର ପରିଡା, ବଳରାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଡେଙ୍ଗୁ ସଚେତନତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ବିପିଏମ୍‌ ଦିଲ୍ଲୀପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.