ଶିବତଲା, (କେପିଏନ୍ଏସ୍) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକକୁ ଜୀବିତ ରଖିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା । ଛୋଟ ଛୋଟ ଶିଶୁ, ସ୍ଥାନୀୟ କଳାକାର ସମ୍ବଲପୁରୀ ପୋଷାକରେ ସଜ୍ଜିତ ହୋଇ ସମ୍ବଲପୁରୀ ନାଚ, ଗୀତ ପରିବେଷଣ କରିଥିଲେ । ଶିବତଲା ଗ୍ରାମ୍ୟ କମିଟିର ସଭାପତି ହେମସାଗର ମାଝୀ, ସଂଗଠନର ସଭାପତି ନବୀନ ସାହୁ, ସଂପାଦକ ହୋଲିଶ୍ୱର ଧରୁଆ, ସହ ସଭାପତି ରିଙ୍କୁ ଦାସ, ସହ ସଂପାଦକ ରାଘବ ରଣା, ସଂଯୋଜକ ବିଦୁ ଭୁଷଣ ପ୍ରଧାନ, ଗୋପାଳ ବେହେରା, ହିତେଶ ମେହେର, ବିକମ ପୁଟେଲ, ଦେବ ପୁଟେଲ, ଗୋବିନ୍ଦ ଠେଲା, ଛନ୍ଦାଚରଣ ଭୋଇ, ରମେଶ ମେହେର, ପିତାମ୍ବର ପାଣ୍ଡେ, ସମ୍ଭୁ ମାଝୀ, ବ୍ରହ୍ମା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପୁନଶ୍ଚ ଉକ୍ତ ସଂଗଠନ ହରଗୌରୀ ମନ୍ଦିର ପରିସରରେ ବୃକ୍ଷ ରୋପଣରେ ସିମିତ ନରହି ଶିବତଲା ଧବଲେଶ୍ୱର ମନ୍ଦିର, ସମଲେଇ ମନ୍ଦିର ପରିସରରେ ମଧ୍ୟ ବୃକ୍ଷ ରୋପଣ କରିଛନ୍ତି ।
Next Post