ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ

ଡୁଡୁକା : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଡୁଡୁକା କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡୁଡୁକାରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ସରପଞ୍ଚ ଅଶୋକ ପଟେଲ, ସମିତି ସଭ୍ୟ ଉମାକାନ୍ତ ପଟେଲ, ଚିତ୍ତରଞ୍ଜନ ପଟେଲ, ହରେକୃଷ୍ଣ ପଟେଲ, ମୋହନ ରଣା, ନୀଳେନ୍ଦ୍ର ପଟେଲ, କ୍ଷୀରୋଦ୍ର ଦାସ, ସପନ ପଟେଲ, ଟୁକୁ ପଟେଲ ପ୍ରମୁଖ ପିକେଟିଂ କରି ସରକାରୀ କାର୍ୟ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ ।

Leave A Reply

Your email address will not be published.