ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ଗାଙ୍ଗପୁର ମଜଦୁର ମଂଚ ତରଫରୁ ରାଉରକେଲା ସେକ୍ଟର ୮ ସ୍ଥିତ କାର୍ଯ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ସର୍ବ ପ୍ରଥମେ ଗାଙ୍ଗପୁର ମଜଦୁର ସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିବା ସଙ୍ଗେ ସଙ୍ଗେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରତିଷ୍ଠାତାଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଗାଙ୍ଗପୁର ମଜଦୁର ମଂଚ ୨୬.୦୨.୨୦୧୩ ରୁ ଆରମ୍ଭ ହୋଇ ଦୀର୍ଘ ୧୪ ବର୍ଷ ଧରି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଦୁଃଖ ସୁଖରେ ଛିଡ଼ା ହୋଇଛି । ଏହି ବାର୍ଷିକ ଉତ୍ସବ ଅବସରରେ ସଂଘର ଖାଲିଥିବା ପଦବୀ ଗୁଡ଼ିକୁ ସର୍ବସମ୍ମତି କ୍ରମେ ପୂରଣ କରାଯାଇଥିଲା । ନୂତନକରି ସଭାପତି ଭାବେ ବୀରମିତ୍ରପୁର ବିଧାୟକ ରୋହିତି ଜୋସେଫ ତିର୍କୀ, ସମ୍ପାଦକ-ଗୋପାଳ ଦାସ, କାର୍ଯ୍ୟକାରୀ ସଭାପତି-ମେନଗେ ଏକ୍କା, ଉପ-ସଭାପତି-ଥୋମାସ ଟପୋ, ବାସିଲ ଏକ୍କା, ଚିତ୍ତରଞ୍ଜନ ଭୂମିଜ, ବିଷ୍ଣୁ ଚନ୍ଦ୍ର ମହାନ୍ତ, ରାଜେଶ ତିର୍କୀ, କୋଷାଧ୍ୟକ୍ଷ-ଆନନ୍ଦ ଟପ୍ନୋ ପ୍ରମୁଖ ୨ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ସମ୍ପନ୍ନ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ମଜଦୁର ସଂଘ ସଦା ସର୍ବଦା ଗରିବ ଦୁଃଖି ଶ୍ରମିକମାନଙ୍କ ପାଇଁ ତତ୍ପର ରହିବ ।
Prev Post