ମଣ୍ଟେଶୋରୀ ସ୍କୁଲରେ ଗ୍ରାଜୁଏସନ ଡେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେଶୋରୀ ପବ୍ଲିକ ସ୍କୁଲରେ ନର୍ସର ଗ୍ରାଜୁଏସନ ଡେ ପାଳିତ ହୋଇଯାଇଛି । ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତାଙ୍କ ସଭାପତିତ୍ୱରେ ୟୁକେଜିର ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନର୍ସରୀ ଗ୍ରାଜୁଏସନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା ମଂଚ ପରିଚାଳନା କରିଥିଲେ । କୁନି କୁନି ଛାତ୍ରଛାତ୍ରୀମାନେ ଗ୍ରୁପ ଡ୍ୟାନ୍ସ ଏବଂ ସିଙ୍ଗଲ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ । ନର୍ସରୀ ବିଭାଗର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ସହିତ ନାଚ, ଗୀତ, ଡ୍ରଇଂ ଶିକ୍ଷା ଦେଇ ମଂଚରେ ପ୍ରଦର୍ଶନ କରାଇଥିଲେ । ପ୍ରାୟ ଶତାଧିକ ଅଭିଭାବକ ଏହି ଉତ୍ସବରେ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆକୁଳ ବେହେରା, ଶରତ ମିଶ୍ର, ଶିକ୍ଷକ ନବ କିଶୋର ବାରିକ, ଉଦୟ ସାହୁ, ଜସ୍ମିନୀ ଉଦ୍‌ଗାତା, ରୁକ୍ମଣୀ ବିଶି, ଡାବାରୋ ଏଞ୍ଜେଲ, ଆରତୀ ମିଶ୍ର, ଆଶାରାଣୀ ବିଶ୍ୱାଲ, ସୌଭାଗ୍ୟ ଲକ୍ଷ୍ମୀ ବିଶ୍ୱାଲ, ଆଶିକ୍ ଯୋଷୀ ଉପସ୍ଥିତ ଥିଲେ । ଶେଷରେ ଆର୍ଯ୍ୟାହୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.