ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟୀର ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତା କରିଥିଲେ । ସନାତନ ଧର୍ମର ସଂସ୍ଥାପନା, ଅଧିକନ୍ତୁ ମାର୍ଜିତ ପରିଚାଳନା କରାଯାଇ ହିନ୍ଦୁ ସଂସ୍କୃତି ମହତ୍ତ୍ୱ ଜନମାନସରେ ପ୍ରତିପାଦନ କରାଯିବା ନିମନ୍ତେ ସଚେତନତା ସୃଷ୍ଟି ଆବଶ୍ୟକତା ରହିଛି ବୋଲି ଆଲୋକପାତ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତୀୟ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ (ଭୁବନେଶ୍ୱର) ଯୋଗଦେଇ ସର୍ବପ୍ରାଚୀନ ପ୍ରସଙ୍ଗ ଉପସ୍ଥାପନ କରି ସନାତନ ଧର୍ମର ସଂସ୍ଥାପନା ଓ ଉଜ୍ଜୀବିତ ରଖିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ଆଜିର ଦିନର ମହତ୍ତ୍ୱ ବିଷୟରେ ଆଲୋକପାତ କରି ତାତ୍ପର୍ଯ୍ୟପୂର୍ଣ୍ଣ କାଳ ଗଣନା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ଆଚାର୍ଯ୍ୟ ଦୀପକ କୁମାର ଦାଶ ସମ୍ବତ୍ସର ବର୍ଣ୍ଣନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କ ସହିତ ଶିଶୁମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.