ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାନ୍ଧୀନଗରରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତୀ, ବିଶେଷ ପୂଜାର୍ଚ୍ଚନା ଓ ହୋମ-ଯଜ୍ଞ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ ହୋଇଥିଲା । ଅଂଚଳର ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଭଗବାନ ଗଣେଶଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ପବିତ୍ର ଅବସରରେ କର୍ତ୍ତା ଭାବେ ରାଜେନ୍ଦ୍ର ମେହେର ଓ ତାଙ୍କ ଧର୍ମପତ୍ନୀ ରୀନା ମେହେର, ରାଜିନ୍ଦ୍ର ମେହେର ଓ ତାଙ୍କ ଧର୍ମପତ୍ନୀ ଉର୍ମିଳା ମେହେର ମୁଖ୍ୟ ଭୂମିକା ନିଭାଇଥିଲେ । ପୂଜା କାର୍ଯ୍ୟ ସଫଳ ଭାବେ ସମ୍ପନ୍ନ କରିଥିଲେ ପୂଜକ ପ୍ରମୋଦ ଯୋଶୀ ଓ ଭୀଷ୍ମଦେବ ଦାସ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଥିଲେ । ଏହା ସହିତ ଲମ୍ବୋଦର ନିଆଲ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାୟମାନ କରିଥିଲେ । ଉତ୍ସବର ସଫଳ ଆୟୋଜନ ପାଇଁ ଗଣେଷ ମେହେର, ରାଜୀବ ଲୋଚନ ମେହେର, ଶଙ୍କର ମେହେର, ସୀତାରାମ ମେହେର, ଗୌତମ ମେହେର, ରବି ମେହେର, ଶିବ ମେହେର, ତ୍ରିନାଥ ମେହେର, ହର, ଜିତେନ୍ଦ୍ର, ଜୟରାମ ମେହେର ଓ ଡମ୍ବରୁଧର ମେହେରଙ୍କ ସହ ସମସ୍ତ ଗ୍ରାମବାସୀଙ୍କ ଅବଦାନ ଉଲ୍ଲେଖନୀୟ ରହିଥିଲା । ସମଗ୍ର ଅଂଚଳ ଭକ୍ତିରସରେ ମଗ୍ନ ହୋଇଥିବା ବେଳେ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବା ଜଣାପଡ଼ିଛି ।
Prev Post
Next Post