centurian jitm

ଛତାପିପଲ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲଠାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ପାତ୍ର ମୁଖ୍ୟ ଅତିଥି, ଇକୋ କ୍ଲବ ଇନ୍‌ଚାର୍ଜ ପ୍ରକୃତି ବନ୍ଧୁ ଶିକ୍ଷକ ଜୟକୃଷ୍ଣ ନାଏକ ମୁଖ୍ୟବକ୍ତା ଭାବେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଛାତ୍ରୀ ଦୀପ୍ତି ବାରିକ, ରଶ୍ମିତା ବାରିକ ବୃକ୍ଷ ମହାତ୍ମ୍ୟ ଗାନ କରିଥିଲେ । ଛାତ୍ର ପୁଷ୍ପରାଜ ବରିହା, ନୀଳାମ୍ବର କର୍ମୀ, ସନ୍ତୋଷିନୀ କୁମ୍ଭାର, ଲଭଲି ବଘାର ‘ବୃକ୍ଷ ହିଁ ଜୀବନ’ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ୧୪୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଗୋବିନ୍ଦ ଚନ୍ଦ୍ର ପଟେଲ ସଭା ସଂଯୋଜନା କରିଥିବା ବେଳେ ଗୋବିନ୍ଦ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ । ଜୀବାନନ୍ଦ ଖମାରୀ, ଲାଲ ବାହାଦୁର ବାରିକ, ଯୁଧିଷ୍ଟିର ଡାଙ୍ଗ, ଶ୍ରୀପତି ପାତ୍ର ଓ ତିର୍ଥ ରାଜ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.