ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ କଲେଜ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ଡ. ସ୍ନେହାଞ୍ଜଳୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅଧ୍ୟାପକ ମନୋରଞ୍ଜନ ରଣସିଂହ, ଜିତେନ୍ଦ୍ର ମଲ୍ଲିକ, ସୁମନ୍ତ ତରେଇ, ରାକେଶ ସ୍ୱାଇଁ, ସୁକାନ୍ତ ପଣ୍ଡା, ଭୂମିକା ଯାଲି, ନୀରଜା ଧଲ୍, ଲକ୍ଷ୍ମୀଧର ପାତ୍ର ତଥା ଅନ୍ୟାନ୍ୟ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ସାମୁହିକ ଗାନ କରାଯାଇଥିଲା । ଜନ ରାଜ୍ୟ ଭାରତ ମାତାର ଗୁଣଗାନ କରିବା ସହିତ ସାମ୍ବିଧାନିକ ମର୍ଯ୍ୟାଦା ସଂପର୍କରେ ସମସ୍ତେ ବକ୍ତବ୍ୟ ରଖିଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
Next Post