ସାଇଟ୍‌ କଲେଜ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଇଟ କଲେଜ ସଦାଇପାଲି ଠାରେ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବଲାଙ୍ଗିର ସି.ଆର୍‌.ପି.ଏଫ୍‌. ଜୋନର ମେଡିକାଲ ଚିଫ୍‌ କମାଣ୍ଡେଣ୍ଟ ଡ. ରାକେଶ କୁମାର ଶର୍ମା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାଇଟ୍‌ ନର୍ସିଂ ଛାତ୍ରୀ ବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ । ସାଇଟ ଡିପ୍ଲୋମା ଇଂଜିନିୟରିଂ ର ଏନ୍‌.ସି.ସି. ଟ୍ରୁପ ଓ ସିଭିଲିଏନରେ ସୁଶ୍ରୀ ଡି.ଏମ.ଏଲ.ଟି, ଡି.ଏମ.ଆର.ଟି, ବି.ଏସ.ସି. ନର୍ସିଂ, ଜିି.ଏନ.ଏମ ନର୍ସିଂ, ଏ.ଏନ.ଏମ ନର୍ସିଂ, ସୁୁଶ୍ରୀ ଆଇ.ଟି.ଆଇ, ପଲ୍ଲିଶୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିର ଆଦି ୧୦ ପ୍ଲାଟୁନ ଛାତ୍ରଛାତ୍ରୀ ପ୍ୟାରେଡରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଡ. ଶର୍ମା ଏଠାରେ ବୃତ୍ତିଗତ ଶିକ୍ଷା ହେଉଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡଟି ଚିତ୍ତାକର୍ଷକ ହୋଇଥିଲା ବୋଲି କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ, ଏବଂ ଦଳଗତ ପୁରସ୍କାର ଦିଆଯାଇଥିଲା । ସାଇଟ୍‌ ଏନ୍‌.ସି.ସି ଦଳ ପ୍ରଥମ ପୁରସ୍କାର ପାଇଥିବା ବେଳେ ଜି.ଏନ.ଏମ. ନର୍ସିଂ ଓ ପଲ୍ଲିଶ୍ରୀ ହାଇସ୍କୁଲ ଦଳ ଦ୍ୱିତୀୟ ତୃତୀୟ ପୁରସ୍କାର ପାଇଥିଲେ । ବି.ଏସ.ସି ନର୍ସିଂ ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର, ରାମଜୀ ୟୁବକ ସଂଘ ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ସାଇଟ ଡିପ୍ଲୋମା ଇଂଜିନିୟରିଂ ଅଧ୍ୟକ୍ଷା ଇଂ. ନମିତା ପଟେଲ, ସାଇଟ ନର୍ସିଂ ଅଧ୍ୟକ୍ଷା ଶ୍ରୀମତୀ ସ୍ନିଗଧାମିନତି ଦାନୀ, ସୁୁଶ୍ରୀ ଆଇ.ଟି.ଆଇ ପ୍ରିନସିପାଲ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଓ ଗରୁଡଧ୍ୱଜ ସାଏ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ଖେଳ ସଂଯୋଜକ ସୁନୀଳ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସଂପାଦନ ହୋଇଥିଲା । ସି.ଟି.ଓ. ଆଲୋକ ମିଶ୍ର, ଅଧ୍ୟାପକ ଅଶୋକ ପଧାନ, ଦୁଃଖି ଶ୍ୟାମ ପଣ୍ଡା, ଲକ୍ଷ୍ମୀ ମେହେର ଆଦି ସହଯୋଗ କରିଥିଲେ । ଶେଷରେ ସାଇଟର ସଂପାଦକ ନାରାୟଣ ପ୍ରସାଦ ମିଶ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ଏବଂ ଭବିଷ୍ୟତରେ ସୁନାର ଭାରତ ଗଠନ କରିବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ ।

Leave A Reply

Your email address will not be published.