ନାରାୟନ୍‌ ପ୍ଲେ ସ୍କୁଲରେ ମହା ଆଡ଼ମ୍ବରରେ ମା’ ବାଗଦେବୀଙ୍କ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ମା’ ସରସ୍ୱତୀଙ୍କ ଆରାଧନାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପାଳନ କରାଯାଇଥାଏ । ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ ସ୍ଥିତ ନାରାୟନ୍ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ମହା ଆଡ଼ମ୍ବରରେ ମା’ ବାଗ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର, ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ମା’ ଙ୍କ ପୂଜା ପାଳିତ ହୋଇଥିବା ବେଳେ ସ୍କୁଲର ଶିକ୍ଷୟିତ୍ରୀମାନେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.