ଭୁତିଆରବାହାଲରେ ସୁରେଶ ନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ସ୍ଥିତ ସୁରେଶ ନନ୍ଦ ମେମୋରିଆଲ ପାଠାଗାର କମିଟି ଆନୁକୂଲ୍ୟରେ ଓଡିଶା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସୁରେଶ ନନ୍ଦଙ୍କ ଚତୁର୍ଥ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଞ୍ଚାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅମର ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁରେଶ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଧୃବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ବଳରାମ ପଧାନ, ଯୁଗଳ ନନ୍ଦ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ମଂଚାସୀନ ଥିଲେ । ସ୍ୱର୍ଗତ ସୁରେଶ ନନ୍ଦଙ୍କ ସଂଘର୍ଷମୟ ଜୀବନୀରୁ ଶିକ୍ଷାଲାଭ କରି ପରବର୍ତ୍ତୀ ଜୀବନରେ ସଫଳ ହେବା ନେଇ ମଂଚାସୀନ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶିବପ୍ରସାଦ ସାହୁ ସ୍ୱର୍ଗତ ସୁରେଶ ନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ୨୦୨୫ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଲୋଟସ ଭୋଇଙ୍କୁ ସୁରେଶ ନନ୍ଦ ସ୍ମୃତି ସମ୍ମାନ-୨୦୨୬ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲର ୧୨୫ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଜୟନ୍ତୀ ପାଳନ କମିଟିର କୋଡିଏ ତମ କାର୍ଯ୍ୟକ୍ରମ ଭାବରେ ଯୁବ କବି କୈଳାସ ଭୋଇଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବଳେ ଅଧ୍ୟାପକ ଅକ୍ଷୟ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜେନ୍ଦ୍ର ଅଗ୍ରୱାଲ, ଭବାନୀ ଭୋଇ, ବୀରେନ୍ଦ୍ର ରାଏ, ପ୍ରେମାନନ୍ଦ ମହାନନ୍ଦ, ସୂର୍ଯ୍ୟଭାନୁ ଭୋଇ, ପପୁ ନାଏକ, ବେଣୁ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.