centurian jitm

ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

nschool

ଗୁରୁଡ଼ିଝାଟିଆ : ବୃକ୍ଷ ହିଁ ଜୀବନ । ବିଶ୍ୱକୁ ଉତପ୍ତ ବଳୟ ଭିତରୁ ରକ୍ଷା କରି ଏକ ସନ୍ତୁଳିତ ପରିବେଶ ଗଠନ ଦିଗରେ ସବୁଜିମାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଚନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହ ଚାରା ରୋପଣ କରିଥିଲେ । ଗୋପବନ୍ଧୁ ନର୍ସିଂ କଲେର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ଆମ ଆଧ୍ୟାତ୍ମିକ ଚେତନା ସହିତ ଜଡିତ । ସେଥିପାଇଁ ଆମ ସମାଜ ବ୍ୟବସ୍ଥା ଓ ସଂସ୍କୃତିରେ ବୃକ୍ଷକୁ ପୂଜା କରାଯାଇଥାଏ । ସୁସ୍ଥ, ସନ୍ତୁଳିତ ପରିବେଶ ଗଠନ କରି ଉତ୍ତର ପିଢି ପାଇଁ ବଂଚିବାର ରାହା ଯୋଗାଇ ଦେବା ଆମ କର୍ତ୍ତବ୍ୟ ବୋଲି ବିଦ୍ୟାର୍ଥୀମାନଙ୍କୁ କହିବା ସହ ବୃକ୍ଷରୋପଣ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଶଶିଭୂଷଣ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା କୁନ୍ତଳା ବେଉରାୟ, ପୁରୁଷ ବିଭାଗର ଅଧ୍ୟାପକ ନିରଞ୍ଜନ ପତ୍ରୀ ଓ ଦିପ୍ତୀରଞ୍ଜନ ବାରିକ, ବିଦ୍ୟାର୍ଥୀମାନଙ୍କୁ ନେଇ ପରିବେଶ ସୁରକ୍ଷା, ସବୁଜ ବନାନୀ ସୃଷ୍ଟି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ମୁଖ୍ୟ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ, ମନୋରଞ୍ଜନ ମହାନ୍ତି ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!