ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ଧର୍ମ ସୁରକ୍ଷା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଧର୍ମ ଜାଗରଣ ସମନ୍ଵୟ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ତମ ବଳିଦାନ ଦିବସକୁ ଧର୍ମ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ହନୁମାନ ମନ୍ଦିରରେ ଧର୍ମ ଜାଗରଣ ସମନ୍ଵୟର କ୍ଷେତ୍ର ଧର୍ମ ଜାଗରଣ ଓଡିଶା ପ୍ରମୁଖ ବିନୟ କୁମାର ଭୂୟାଁ , ଓଡ଼ିଶା ପୂର୍ବ ପ୍ରାନ୍ତ ସଂଯୋଜକ ମଙ୍ଗୁଳ ପାତ୍ର, ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ପଣ୍ଡିତ ବିଶିମାଝି, ବିଜେପି କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଗଞ୍ଜାମ ବିଭାଗ ସଂଯୋଜକ କୈଳାଶ ରଣଜିତ, କନ୍ଧମାଳ ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର, ଜିଲ୍ଲା ନିଧି ପ୍ରମୁଖ ଅନ୍ତର୍ଯ୍ୟମୀ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ସ୍ମୃତି ଚାରଣ କରିଥିଲେ । ଜୟରାମ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ନଗର ପରିକ୍ରମା କରିଥିଲେ ।

Leave A Reply

Your email address will not be published.