ଟିଟିଲାଗଡ଼ ଲାୟଂଶ କ୍ଲବ ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ବିଶ୍ଵ ବରିଷ୍ଠ ନାଗରିକ ଦିବସ । ତେବେ ଏହି ଦିବସ କ୍ଲବ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାତ ଗୋୟଲଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ଲାୟନ ଡ. ଘନଶ୍ୟାମ ଜୈନ, ରତ୍ନାକର ସାହୁ, ମିନାକ୍ଷୀ ସାହୁ, ବିନ୍ଦୁ ସାହୁ, ଲଳିତା ଲାଠ, ଗାୟତ୍ରୀ ଜୈନଙ୍କୁ କ୍ଲବ ସଭାପତି ଓ ପୂର୍ବତନ ଡି ଜି ଯମୁନା ପ୍ରସାଦ ଗୋଏଲ ସମସ୍ତ ବରିଷ୍ଠ ସଦସ୍ୟଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହ ସେମାନଙ୍କ ଆଶିର୍ବାଦ ନେଇ ଆଗାମୀ ଦିନରେ ବି ଏମିତି ଦିଗ ଦର୍ଶନ ଦେଉଥାନ୍ତୁ ବୋଲି କହିଥିଲେ । ତେବେ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ନୀତୁ ଗୋୟଲ । କ୍ଲବ ପିନ ପିନ୍ଧାଇ ସ୍ୱାଗତ କରିଥିଲେ ବିନ୍ଦୁ ସାହୁ । ଏହି ଦିବସକୁ ପାଳନ କରିବା ଅବସରରେ କ୍ଲବ ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ ନାୟକ, ପ୍ରୋଜେକ୍ଟ ଚେୟାରମେନ ପ୍ରଭାତ ଗୋଏଲ, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ସନ୍ତୋଷ ମହାନ୍ତି, ଗଙ୍ଗାଧର ଶର୍ମା, ଗେଟ ସଦସ୍ୟ ଦୀପକ ପୃଷ୍ଟି, ଲାୟନ ଶମ୍ଭୁ ପ୍ରସାଦ ଗୋଏଲ, ଦୀପକ ଗୋଏଲ, କ୍ଷୀର ସିନ୍ଧୁ ଦରଜୀ, ଆବାସ ଖାଁ, ଅଜିତ ଚାନ୍ଦ ପାତ୍ର, ଅତୁଲ ଜୈନ, ଲଲାଟେନ୍ଦୁ ସାହୁ, ଉମେଶ କନୋଡିଆ, ଅସୀମ କୁଣ୍ଡୁ, ଶେଖର ସାହୁ, ଆକାଶ ଜୈନ, ନିହାର ପାଣ୍ଡିଆଙ୍କ ସମେତ ମହିଳା ସଦସ୍ୟା ଜୁଲି ସାହୁ, ଗୀତାଞ୍ଜଳି ମହାରଣା, ସୁନୀତା ସାହୁ, କୀର୍ତ୍ତି ଗୋଏଲ, ଶିଳ୍ପାଞ୍ଜଳି ନାମଦେବ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.