ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଜି ପାଳନ କରାଯାଉଛି । ଜନ୍ମ ଦିବସ ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ୧୯୮୦ ଦଶକରେ ହୋଇଥିବା ବସ୍କସାଇଟ ଖଣି ଉତ୍ତୋଳନ ବିରୋଧର ଜନ ଆନ୍ଦୋଳନ “ଗନ୍ଧମାର୍ଦ୍ଦନ ବଞ୍ଚାଓ – ବାଳକୋ ହଟାଓ” ଫଳରେ ଜନ୍ମ ନେଇଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ । ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ଗାଁ ଗାଁର ଅଧିବାସୀ ଜନଜାତି ଲୋକଙ୍କ ମଧ୍ୟରେ ଏ ନେଇ ଏକ ବ୍ୟାପକ ଭାବେ ଜନ ଆନ୍ଦୋଳନର ରୂପ ନେଇଥିଲା ।ଯାହାକି ସଫଳ ଆନ୍ଦୋଳନ ରୂପେ ପରିଗଣିତ ହୋଇଛି । ସେହି ଦିନଠାରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତାର ଜନ୍ମ ଦିବସ ପାଳନ କରିଆସୁଛି । ଆଜି ତାର ୪୧ ବର୍ଷ ପୂରଣ ହେବା ହେତୁ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ଗାନ୍ଧୀ ସମାଧି ପୀଠରେ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଯୁବ ପରିଷଦ ର ନାରୀ ନେତ୍ରୀ ଭାମା ଯୁଆଡି, ପ୍ରତିମା ବଗାର, ଅନୁସାୟା ଭୋଇ, ବିମଳା ବାଗ, ରାଜକୁମାରୀ ବାରିକ, ଓମ୍ କାନ୍ତି ସାହୁ ଓ ଅଲଖ ଧରୁଆ ପ୍ରମୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ଦୁର୍ଯ୍ୟୋଧନ ପୁଟା ସଞ୍ଚାଳନ କରିଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀମାନଙ୍କୁ ନେଇ ହୋଇଥିବା ଜନ୍ମ ଦିବସ ପାଳନ ଅବସରରେ ବୋଡାସମ୍ବର ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ନିମ୍ନ ପ୍ରସ୍ତାବ ମାନ ନିଆଯାଇ ସରକାରଠାରେ ଦାବୀ ଉପସ୍ଥାପନ କରାଯାଇଛି । ଗାଁ ଗାଁରେ ପରିଷଦ ପ୍ରତିଷ୍ଠା ଦିବସ ବା ଜନ୍ମ ଦିବସ ପାଳନ, ଗନ୍ଧମାର୍ଦ୍ଦନ ପାହାଡ଼ରୁ ବୋହି ଆସୁଥିବା ଝରଣାରେ ଚେକ ଡ୍ୟାମ ନିର୍ମାଣ ଓ ଗନ୍ଧମାର୍ଦ୍ଦନ ପାହାଡ଼ରୁ ନିର୍ଗତ ଅଙ୍ଗନଦୀରେ ଆନିକଟ ମାନ ନିର୍ମାଣ କରାଯିବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଦଳରେ ମଞ୍ଜି ରୋପଣ କରି ଜଙ୍ଗଳ ସୃଷ୍ଟି କରିବା, ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଗୃହିତ ଲଘୁବନ ଜାତ ଦ୍ରବକୁ ନେଇ କୁଟୀର ଶିଳ୍ପ କରାଯିବା, ଗନ୍ଧମାର୍ଦ୍ଦନ ଅଞ୍ଚଳରେ କୃଷି ବିଶ୍ୱ ବିଦ୍ୟାଳୟ କରାଯିବା ସହ ଗନ୍ଧମାର୍ଦ୍ଦନ ପାହାଡ଼ର ସ୍ଥାୟୀ ସୁରକ୍ଷା ନିମିତ୍ତ ଆଲୋଚନା ନିମନ୍ତେ ଯୁବ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ଓଡିଶାର ମୋହନ ମାଝୀ ଓ ଭାରତର ମୋଦୀ ସରକାରଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି କରାଯାଇ ଥିବା ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା ପ୍ରକାଶ କରିଛନ୍ତି । ଏହି ବୈଠକରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବରିଷ୍ଠ ସଂଗ୍ରାମୀ ଶୁକ୍ରୁ ସାହୁ ଓ ଲିଙ୍ଗରାଜ ପ୍ରଧାନ, ପୂର୍ବତନ ଆବାହକ ଧିରେନ୍ ମହାନ୍ତି, ଦିଲ୍ଲୀପ ବେହେରା ଓ ସୁରେଶ ଚନ୍ଦ୍ର ପ୍ରଧାନ,ସଂଗ୍ରାମୀ ଝସକେତନ ସାହୁ ଡୋଲାମଣି ପାଣ୍ଡେ, ଦୟାନନ୍ଦ ମାଝୀ, ସୁରେଶନ ଭୋଇ, କୀର୍ତ୍ତନ ଦାଉ, ପୁରନ୍ଦର ସାହୁ, କୈଳାସ ଦିଶ୍ରି, ଦିବ୍ୟ ହଂସ, ବିନୋଦ ସେଠ ପ୍ରମୁଖ ଯୋଗ ଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୪୧ତମ ପ୍ରତିଷ୍ଠା ଦିବସ ଉପରେ ସ୍ମୃତିଚାରଣ ଆନ୍ଦୋଳନର ରୂପରେଖ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଶେଷରେ ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.