ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ଦେଶୀ ବେହେରା ସାହିସ୍ଥିତି ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାତ୍ର ବିଳମ୍ବିତ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭାଗବତ ପୂରାଣ ପାଠ କରାଯାଇଥିଲା । ଘଣ୍ଟ ବାଦ୍ୟ, ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟ ମହନ୍ତ ଅନିରୁଦ୍ଧ ଦାସ ମହାରାଜ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ଓ ମହିଳାଙ୍କ ସମେତ ବରିଷ୍ଠ ସାମ୍ବାଦିକ ରବି ରଥ, ଶ୍ରୀନନ୍ଦନ ଦାସ, ମଞ୍ଜୁ ରଥ, ସବିତା ଦାସ, ଅଧ୍ୟାପିକା ସୁଦତ୍ତା ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
