ବଲାଙ୍ଗିର, (କେପିଏନ୍ଏସ୍) : ସାରା ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ୍ ସ୍ଥିତ ନାରାୟଣ ପ୍ଲେ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରୋଟାରୀ କ୍ଲବ ସଭାବପତି ଶୈଲେଶ କୁମାର ଅଗ୍ରୱାଲ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ରଙ୍କ ସହ କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ ସ୍କୁଲର ସମସ୍ତ ସହଯୋଗୀ, ଅଭିଭାବକ ଏବଂ ଅଭିଭାବିକାମାନେ ଉପସ୍ଥିତ ଥିଲେ ।

