ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌ ) : ଭୋଗରାଇ ବ୍ଲକ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଜୟଦେବ ଦାସ ପ୍ରମୁଖ ଯୋଗଦେଇ ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରିଥିଲେ । ଶିକ୍ଷାକେନ୍ଦ୍ର ତରଫରୁ ସଂସ୍କୃତ ଅଧ୍ୟାପକ ପଣ୍ଡିତ ଗଜାନନ ମହାପାତ୍ର ବାବା ଗଣେଶଙ୍କୁ ମନ୍ତ୍ରପାଠ ସହ ପୂଜା ଅର୍ଚ୍ଚନା କରିଥିଲେ । ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ବର୍ଷର ଛାତ୍ରୀ ଝରଣା ରଣା, ଆଦ୍ୟାସ୍ମିତା ପାଣିଗ୍ରାହୀ, ଜ୍ୟୋତିର୍ମୟୀ ପ୍ରଧାନ , ପୂଜାରାଣୀ ପ୍ରଧାନ, ତପସ୍ୱିନୀ ପାତ୍ର, ସୁସ୍ମିତା ଗିରି ପ୍ରମୁଖ ବାବା ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ପରୀକ୍ଷାରେ ସର୍ବୋତ୍ତମ ସଫଳତା ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିରେ ପ୍ରାକ୍ତନ ଛାତ୍ରୀ ତୃପ୍ତି ପାତ୍ର , ସୁପ୍ରିୟା ମହାନ୍ତି , ପ୍ରିୟଙ୍କା ପାଳ, ଦିବ୍ୟଦର୍ଶନୀ ଦାସ ଅଧିକାରୀ, ସୋନାଲୀ ପାତ୍ର, ଆଦ୍ୟାଶ୍ରୀ ଦାସ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷାକେନ୍ଦ୍ରର ପ୍ରଥମ ବର୍ଷର ଛାତ୍ରୀ ଯଶୋମତୀ ସେଠୀ, ଝାନସୀ ଗିରି, ଅନୁରାଧା କାମିଳା, ସୁଭଦ୍ରା ପଣ୍ଡା, ଅନୁରାଧା କାମିଳା, ସଞ୍ଚିତା ବେହାରା, ସସ୍ମିତା ଚନ୍ଦ, ପ୍ରତିଭା ଦାସ ପ୍ରମୁଖ ପୂଜାରେ ପରିଚାଳନା କରିଥିଲେ ।

Leave A Reply

Your email address will not be published.