ତୁଷୁରା, (କେପିଏନ୍ଏସ୍) : ତୁଷୁରା ଏନ୍ଏସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ସଭା ପରିଚାଳନା କରିଥିବା ବେଳେ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ଏସ୍ଏମ୍ସି ଉପାଧ୍ୟକ୍ଷା ଜନନୀ ଧରୁଆ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ସହ ଅଭିଭାବକ ଓ ପରିଚାଳନା ସମିତି ସଦସ୍ୟ ଯୋଗ ଦେଇଥିଲେ । ଏନ୍ଏସି ସ୍ତରୀୟ ସଂଗୀତ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ପାୟଲ ସୁନା ପ୍ରଥମ, ବକ୍ତୃତାରେ ଆଶ୍ରିତା ଦଣ୍ଡସେନା ପ୍ରଥମ, ସର୍ବ କନିଷ୍ଠ ବିଭାଗର ସଂଗୀତ ପ୍ରତିଯୋଗିତାରେ ପ୍ରିୟା ସୁନା ଦ୍ୱିତୀୟ, ପ୍ୟାରେଡରେ ଦ୍ୱିତୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଶ୍ରିତା ଦଣ୍ଡସେନା, ଭାରତୀ ଧରୁଆ, ପାୟଲ ସୁନା, ରେଶ୍ମା ନାଏକ ଓ ରିୟା ସୁନା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି ।
