ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉକ୍ତ ଅବସର ନିମନ୍ତେ ସଭା ଅନୁଷ୍ଠିତ ହୋଇଥିଲା । ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସଂସ୍କୃତ ଅଧ୍ୟାପକ ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଖୁସବୁ ବରିହା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷୟିତ୍ରୀ ରବୀନା ପଧାନ, ମନୀଷା ଭୋଇ, ବୃନ୍ଦାବତୀ ସାହୁ ସଂସ୍କୃତ ଭାଷାର ମହତ୍ତ୍ଵ ଆଲୋକପାତ କରିଥିଲେ । ସୁରେଶ ଚନ୍ଦ୍ର ଚୌହାନ ସଂସ୍କୃତ ଭାଷା ସମସ୍ତ ଭାଷାର ଜନନୀ ଏହା ସୁନ୍ଦର ଶ୍ଲୋକ ମାଧ୍ୟମରେ ବୁଝାଇଲେ । ମୁଖ୍ୟ ଅତିଥି ପ୍ରଭାତ କୁମାର ମହାପାତ୍ର ନିଜର ଓଜସ୍ୱିନୀ ବକ୍ତବ୍ୟରେ ପିଲାଙ୍କୁ ସଂସ୍କୃତ ଭାଷାକୁ ଜୀବିତ ରଖିବା ତଥା ଗଳ୍ପ ମାଧ୍ୟମରେ ସମୟର ସଦୁପଯୋଗ କରିବା ପାଇଁ ଅନୁପ୍ରାଣିତ କରିଥଲେ । ସଭାପତି ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଂସ୍କୃତ ଭାଷା ନୈତିକ ଶିକ୍ଷା ପାଇଁ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ଉପସ୍ଥାପନ କରିଥିଲେ । ସଂସ୍କୃତ ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ପୂଜାରାଣୀ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସଭାକୁ ସଫଳ କରିବା ପାଇଁ ବିଦ୍ୟାଳୟର ଜ୍ୟୋସ୍ନାରାଣୀ ସାହୁ, ମାନସ ରଞ୍ଜନ ଶତପଥୀ, ସଂଯୁକ୍ତା ଭୋଇ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।
