ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌): ମମତା ଏଚ ଆଇ ଏମ ସି ପ୍ରୋଜେକ୍ଟ ଜାଗୃତି ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ଫୁଡୁକୁପରା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ୨ଟି ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, କମ୍ୟୁନିଟି ସେଣ୍ଟର ମିଟିଙ୍ଗ୍, ଘୁମୁରା ନାଚ ଓ ଡାକିଆ ମାଧ୍ୟମରେ ପ୍ରସୂତି ମହିଳାମାନଙ୍କୁ ପୋଷଣ ଚିଠି ବଣ୍ଟନ କରାଯାଇ ସ୍ତନ୍ୟପାନର ଚାରୋଟି ବାର୍ତ୍ତା ଯେପରିକି, ଜନ୍ମ ହେବାର ୧ ଘଣ୍ଟା ମଧ୍ୟରେ ଶିଶୁକୁ ମା କ୍ଷୀର ଦେବା, ମା ର ପ୍ରଥମ ଗାଢ ବା କଷ କ୍ଷୀର ଶିଶୁକୁ ଦେବା, ୬ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦେବା ଓ ୨ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଇବା ଇତ୍ୟାଦି ବିଷୟରେ ଉକ୍ତ କାର୍ଯ୍ୟକ୍ରମରେ ପ୍ରସୂତୀ, ଗର୍ଭବତୀ ମହିଳା ଏବଂ ଗ୍ରାମବାସୀଙ୍କୁ ସଚେତନତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂସ୍ଥାର ଜିଲ୍ଲା ସଂଯୋଜକ ବେଞାମିନ ନାୟକଙ୍କ ତତ୍ତ୍ଵାବଧାନରେ ବ୍ଲକ ସୁପରଭାଇଜର ସୁରେଶ ଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.