ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ତୃତୀୟ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ତୃତୀୟ ସ୍ଥାପନା ଦିବସ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୨୪-୨୫ ର ସଭାପତି ରୋଟାରିଆନ ଡାକ୍ତର ରାମଚନ୍ଦ୍ର ମେହେର ଓ ସମ୍ପାଦକ ରୋଟାରିଆନ ଦେବଦତ୍ତ ନାୟକ ୨୦୨୫-୨୬ ପାଇଁ ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ରୋଟାରିଆନ ଉଦିତ କୁମାର ସାହୁ ଓ ସମ୍ପାଦକ ଭାବେ ରୋଟାରିଆନ ଡେଜି ପ୍ରଧାନଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଡିଜିଇ ଆଲାମ ସିଂ ରୂପ୍ରା ଯୋଗଦେଇ ସଭାପତି ଶ୍ରୀ ସାହୁ ଓ ସମ୍ପାଦିକା ଶ୍ରୀମତୀ ପ୍ରଧାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ନୂତନ ସଭାପତି ରୋଟାରିଆନ ସାହୁ ସମସ୍ତଙ୍କ ସହଯୋଗ କାମନା କରିବା ସହ ରୋଟାରୀ କ୍ଲବର ସାମାଜିକ ପ୍ରତିବଦ୍ଧତା ଓ ଅନୁଷ୍ଠାନର ଦାୟିତ୍ଵକୁ ନିଖୁଣ ଭାବେ ତୁଲାଇବେ ବୋଲି କହିଥିଲେ । ମୁଖ୍ୟଅତିଥି ରୋଟାରିଆନ ରୂପ୍ରା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଡିଜି ରୋଟାରିଆନ ମଞ୍ଜିତ୍ ସିଂ ଆରୋରା, ହରିପାଲ ରୂପ୍ରା ପ୍ରମୁଖ ଯୋଗଦେଇଥିଲେ । ରୋଟାରିଆନ ଡ଼ା ଶୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସାମ୍ବାଦିକତା, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନରେ ନୂତନ ସଦସ୍ୟ ଭାବେ ପ୍ରଦୀପ ଦାସ, ବନାନୀ ଦାସ, ଅଶୋକ କୁମାର ମହନ୍ତ, ଶୁଭାଶିଷ ମହାନ୍ତି ଓ ସରସ୍ଵତୀ ବେହେରାଙ୍କୁ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରୋଟାରିଆନ ରବିକାନ୍ତ ସିଂ, ରୋଟାରିଆନ ସର୍ବଶ୍ରୀ ଡାକ୍ତର ପ୍ରଭାତ କୁମାର ମହାନ୍ତି, ଅଞ୍ଜୁ କକ୍କଡ, ମଞ୍ଜୁରାଣୀ ମେହେର, ଛଗନଲାଲ ଜୈନ୍, ରତିରଞ୍ଜନ ମହନ୍ତ, ଶୈଳେନ୍ଦ୍ର ସିଂ, ଡାକ୍ତର ସୁଶାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ରୋଟାରୀ କ୍ଲବର ସଭାପତି ସମ୍ପାଦକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.