oom

ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲ ପରିସରରେ ୭୬ତମ ବନ ମହୋତ୍ସବ ଅବସରରେ ପ୍ରାୟ ୩୦ ଗୋଟି ବିରଳ ପ୍ରଜାତିର ବୃକ୍ଷ ଯଥା ପୁତ୍ରଜିବକ, ଅଶୋକ, ଜମୁ, ସର୍ପାଗନ୍ଧା, ଫଣଫଣା ଓ ପଣସ ଆଦି ରୋପଣ କଲାପରେ ଏକ ସଭା ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ପ୍ରକୃତିବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ବାନପାଳ ଦିବାକର ପ୍ରଧାନ ଓ ସରପଂଚ ନନ୍ଦ କିଶୋର ନନ୍ଦ ଯୋଗ ଦେଇଥିଲେ । ସଭାରେ ମୁଖ୍ୟ ଅତିଥି ବିଭୁତି ଭୁଷଣ ମୁଣ୍ଡ ଦୁବ ଘାସଠାରୁ ବଟ ବୃକ୍ଷ ପର୍ଯ୍ୟନ୍ତ, ଜଙ୍ଗଲ, ପରିବେଶ ଓ ବନ୍ୟ ଜନ୍ତୁ ତଥା ଗନ୍ଧମାର୍ଦ୍ଦନ ପର୍ବତ ବିଷୟରେ ବିଶଦ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଗନ୍ଧମାର୍ଦନ ବନସ୍ପତିର ଔଷଧୀୟ ଗୁଣ ତଥାମାଙ୍କ ନାରେ ଗଛଟିଏ ଲଗାଇ ତାର ଯତ୍ନ ନେବା କଥା କହିଥିଲେ । ସଭାରେ ଅନ୍ୟତମ ଅତିଥି ଭାବେ ଡାକ୍ତର ରୁଦ୍ର ମଣି ବେହେରା, ବିଦ୍ୟାଧର ସାହୁ ଶିକ୍ଷକ କାହ୍ନୁ ଚରଣ ମେହେର, ଫକୀର ମୋହନ ବାରିକ, ଅଶ୍ଵିନୀ ସାହୁ, ହେମସାଗର ସାହୁ, ସୁରେନ୍ଦ୍ର ସାହୁ ଓ ସ୍କୁଲ ପରିଚାଳନା କମିଟିର ଚେୟାରମେନ, ସଭାପତି ତଥା ସମସ୍ତ ମେମ୍ବର ଓ ଛାତ୍ର ଛାତ୍ରୀ ଯୋଗଦେଇ ଆଜିର ସମାଜକୁ ଜଙ୍ଗଲ ପରିବେଶ ଓ ସମସ୍ତ ଜୀବଜଗତର ସୁରକ୍ଷା ଆଗାମୀ ପିଢ଼ି ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ହୃଦୟଙ୍ଗମ କରିଥିଲେ । ଶେଷରେ ଶିକ୍ଷକ ଫକୀର ମୋହନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.